ଏଇ ଭାରତରେ

କର୍ନାଟକର ଶିବମୋଗାରେ ଦେଖିବାକୁ ମିଳିଛି ଏକ ଅଜବ ବାହାଘର। ଏହି ବାହାଘର ପୁରବୀ ଭଟ୍ଟ ଓ ସମାନ୍ଥଙ୍କ ମଧ୍ୟରେ ଏକ ଫାର୍ମରେ ହୋଇଛି। ଡ. ପୁରବୀ ଜଣେ ନ୍ୟୁଟ୍ରିନିଷ୍ଟ ଓ ନେଚରପାଥି ହୋଇଥିବାବେଳେ ସମନ୍ଥା ହେଉଛନ୍ତି ଜୈବିକ ଚାଷୀ। ଫାର୍ମର ସବୁଜ ପରିବେଶରେ ଓ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ ବାହାଘର ହୋଇଥିଲା। ଏଥିର ପ୍ଲାଷ୍ଟିକ, ପେପର ମଧ୍ୟ ବ୍ୟବହାର କରାଯାଇ ନ ଥିଲା। ଏହି ବାହାଘରରେ ଆଖୁରେ ବେଦି ତିଆରି ହୋଇଥିଲା, ଯାହାକୁ ବାହାଘର ପରେ ଗୋରୁଙ୍କୁ ଖାଇବାକୁ ଦିଆଯାଇଥିଲା। ମଣ୍ଡପ ନଡ଼ିଆ ଓ ଆମ୍ବପତ୍ରରେ ସଜା ଯାଇଥିଲା। ଦୁଇଦିନ ଧରି ଚାଲିଥିବା ବାହାଘରରେ ସମସ୍ତଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥିବା ବେଳେ ଅନ୍ୟ କାର୍ଯ୍ୟରେ ଷ୍ଟିଲ୍‌ ବାସନ ବ୍ୟବହାର କରାଯାଇଥିଲା। ପାଣି ପାଇଁ ବଡ଼ ଜାର ବ୍ୟବହାର କରାଯିବା ସହ ଖାଦ୍ୟ ନଷ୍ଟ ରୋକିବା ଲାଗି ସବୁପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏପରିକି ସେଠାରେ ବ୍ୟବହାର ହୋଇଥିବା ପାଣିକୁ ଫାର୍ମର ଗଛଗୁଡ଼ିକରେ ଦିଆଯାଇଥିଲା। ବଡ଼ କଥା ହେଉଛି, ଫାର୍ମରେ ସାଜସଜା ପୁରୁଣା ଶାଢିରେ କରାଯାଇଥିଲା। ପୁରବୀ ତାଙ୍କ ଆଈମା’ଙ୍କୁ ୫୦ ବର୍ଷ ପୂର୍ବେ ଉପହାର ସ୍ବରୂପ ମିଳିଥିବା ଏକ ଶାଢିକୁ ପିନ୍ଧି ବାହା ହୋଇଥିଲେ।