ଏଇ ଭାରତରେ

ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ କୃଷି କରୁଛନ୍ତି ଓ ଏହ ସହ ଜଡ଼ିତ କୃଷକଙ୍କ ପାଇଁ ମାର୍କେଟ ବ୍ୟବସ୍ଥା କରିଛନ୍ତି। ସେ ୨୦୨୧ରେ ‘ଅର୍ଗାନିକ ଟ୍ୟାପ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବିକ କୃଷକଙ୍କୁ ବିନା ମଧ୍ୟସ୍ଥରେ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିଛନ୍ତି। ଆପ୍‌ ମାଧ୍ୟମରେ ସିଧାସଳଖ କୃଷକମାନେ ଉପତ୍ାଦ ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରୁଛନ୍ତି ଓ ସେମାନଙ୍କ ନିକଟରେ ତାହା ପହଞ୍ଚାଇ ଦିଆଯାଉଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ମାର୍କେଟ ଖୋଲାଯାଇଛି। ଗ୍ରାହକମାନେ ଅର୍ଡର ମୁତାବକ ତଟକା ଉପତ୍ାଦ ପାଇପାରୁଛନ୍ତି। ଚୈତନ୍ୟ କଲେଜରେ ପଢ଼ିବା ସମୟରେ ପରିବେଶ ସୁରକ୍ଷା ପାଇଁ ତାଙ୍କ ସାଙ୍ଗମାନଙ୍କୁ ନେଇ ‘ମ୍ୟାନ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ’ ଏନ୍‌ଜିଓ ଗଠନ କରିଥିଲେ । ପ୍ରତି ଗଣେଶ ପୂଜାରେ ସେମାନେ ପାଖାପାଖି ୫,୦୦୦ ମାଟିର ଗଣେଶ ମୂର୍ତ୍ତି ଲୋକମାନଙ୍କୁ ମାଗଣାରେ ବାଣ୍ଟୁଥିଲେ। ଶିକ୍ଷା ଶେଷ କରିବା ପରେ ତାଙ୍କ ପିତାଙ୍କ ପ୍ରେରଣାରେ ସେ ଜୈବିକ କୃଷି ଆରମ୍ଭ କରିଥିଲେ।