ଏଇ ଭାରତରେ

ବ୍ୟକ୍ତିଗତ ଚେଷ୍ଟାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଏକ ଜଳ ବିଶୁଦ୍ଧୀକରଣ ଟେକ୍‌ନୋଲାଜି ବିକାଶ କରିଛନ୍ତି ମହାରାଷ୍ଟ୍ରର ଅଭିଜିତ ଗଣ। ଏହା ଦ୍ୱାରା ଗାଁଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଅନେକାଂଶରେ ସମାଧାନ ହେବା ସହ ଗମ୍ଭୀର ଫ୍ଲରୋସିସ୍‌ ରୋଗ ଦୂର ହୋଇପାରୁଛି। ଏହି କାର୍ଯ୍ୟରେ ଅଭିଜତି ଏକ ଟିମ୍‌କୁ ନିୟୋଜିତ କରିଛନ୍ତି। ସେମାନେ ‘ରାଇଟ ଓ୍ବାଟର ସଲ୍ୟୁଶନ’ ଅଭିଯାନ ମାଧ୍ୟମରେ ମହାରାଷ୍ଟ୍ର ସମେତ ଦେଶରେ ମୋଟ ୫,୨୦୦ ପ୍ଲାଣ୍ଟ ସ୍ଥାପନ କରି ସାରିଲେଣି। ଫଳରେ ପ୍ରତିଦିନ ୧୦ ମିଲିୟନ ସ୍ବଚ୍ଛ ପାନୀୟ ଜଳ ଯୋଗାଯାଇପାରୁଛି। ବହୁ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ପାଣି ପାଇଁ ଆଉ ଦୂରକୁ ଯିବାକୁ ପଡ଼ୁନାହିଁ। ଅଭିଜିତ ମହାରାଷ୍ଟ୍ର ସରାକରଙ୍କ ଅନୁରୋଧ କ୍ରମରେ ଡୋଙ୍ଗରଗାଁଓରେ ପ୍ରଥମ ପ୍ଲାଣ୍ଟ ସ୍ଥାପନ କରିଥିଲେ ଏବଂ ଏବେ ସେହି ରାଜ୍ୟରେ ୫୦ଟି ପ୍ଲାଣ୍ଟ ବସାଇ ସାରିଲେଣି। ସେ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ କର୍ନାଟକରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୫,୦୦୦ ଗାଁରେ ସ୍ବଚ୍ଛ ଜଳ ପାଇଁ ପ୍ଲାଣ୍ଟ ବସାଇବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପନ୍ନ ହେଲେ ଦିନକୁ ୧.୫ ବିଲିୟନ ଲିଟର ପାନୀୟ ଜଳ ଲୋକଙ୍କୁ ଯୋଗାଯାଇପାରିବ ବୋଲିି କହିଛନ୍ତି ଅଭିଜିତ।