ଏଇ ଭାରତରେ

ପ୍ଲାଷ୍ଟିକ ବଟଲ ଓ କଭର ଇତ୍ୟାଦିରୁ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି ଠାଣେର ଜିନୟ ଗାଡା। ତାଙ୍କୁ ଏବେ ବୟସ ୨୦। ଛାତ୍ରାବସ୍ଥାରେ ସେ ଏଭଳି ଏକ ନୂତନ ଗ୍ରୋ ବ୍ୟାଗ ତିଆରି କରି ପରିବେଶ ପ୍ରଦୂଷଣ କମାଇବାର ପ୍ରୟାସ କରିଛନ୍ତି। ସେ ୨୦୨୧ରେ ମାତ୍ର ୧୭ ବର୍ଷ ବୟସରେ ପ୍ଲାଣ୍ଟେରିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ମାଧ୍ୟମରେ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି। ପ୍ଲାଷ୍ଟିକ ବୋତଲ ଓ କଭରକୁ ରିସାଇକେଲ କରି ସେଥିରୁ ଏକପ୍ରକାର କପଡ଼ା ତିଆରି କରାଯାଉଛି ଓ ତାହାକୁ ସିଲାଇ କରି ଗ୍ରୋ ବ୍ୟାଗ୍‌ ପ୍ରସ୍ତୁତ ହେଉଛି। ସେ ୩ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବୋତଲ ରିସାଇକେଲ କରିସାରିଲେଣି। ଏବେ ସୁଦ୍ଧା ସେ ୪,୦୦୦ ଗ୍ରୋ ବ୍ୟାଗ ବିକ୍ରି କରିସାରିଛନ୍ତି। ଲକ୍‌ଡାଉନ ସମୟରେ ଜିନୟ ତୃତୀୟ ବର୍ଷ ବାଣିଜ୍ୟରେ ପଢୁଥିବା ସମୟରେ ଏହିି କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ତାଙ୍କ ପରିବାରର ଟେକ୍ସଟାଇଲ ବ୍ୟବସାୟ ଥିବାରୁ ସେ ଏହି କାର୍ଯ୍ୟ କରିବାକୁ ଆଗ୍ରହୀ ହୋଇଥିଲେ। ସେ ତିଆରି କରୁଥିବା ଗ୍ରୋ ବ୍ୟାଗ ହାଲୁକା। ସେ ଏବେ ମହାରାଷ୍ଟ୍ର ଭିଓ୍ବାଣ୍ଡିରେ ନୂଆ ଫ୍ୟାକ୍ଟି କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି। ଏହି ଗ୍ରୋ ବ୍ୟାଗ୍‌ର ମୂଲ୍ୟ ୫୦ରୁ ୨୦୦ ଟଙ୍କା ରଖାଯାଇଛି। ଏହାକୁ ବ୍ୟବହାର କରି ଘରେ, ଅଫିସ ଓ ସାର୍ବଜନୀନ ସ୍ଥାନରେ ଭର୍ଟିକାଲ ଗାର୍ଡେନ କରାଯାଇପାରୁଛି।