ଏଇ ଭାରତରେ

କଥାରେ ନୁହେଁ, କାମରେ ଦେଖାଇଦେବା ବ୍ୟକ୍ତିମାନେ ହିଁ ସମାଜର ବାସ୍ତବ ହିରୋ। ଏମିତି ଜଣେ ହିିରୋ ହେଉଛନ୍ତି କେରଳର ନଜ୍‌ଥାଇଲା ଶ୍ରୀଧରନ। ସେ ରହନ୍ତି କେରଳର ଥାଲାସେରି ସହରରେ। ବୟସ ୮୩। ପରିଣତ ବୟସରେ ସେ ଦକ୍ଷିଣ ଭାରତର ୪ଟି ଭାଷାରେ ଏକ ଭିନ୍ନ ଧରଣର ଅଭିଧାନ ଲେଖିଛନ୍ତି। ଏଥିପାଇଁ ତାଙ୍କୁ ୨୫ ବର୍ଷ ଲାଗିଯାଇଛି। ମାଲୟାଲମ, ତାମିଲନାଡୁ, କନ୍ନଡ ଏବଂ ତେଲୁଗୁ ଭାଷାରେ ୯୦୦ ପୃଷ୍ଠାର ଏହି ଅଭିଧାନ ପ୍ରସ୍ତୁତ କରିଛନ୍ତି। ଏହାର ଦାମ ରହିଛି ୧୫୦୦ଟଙ୍କା। ୧୮୭୨ରେ ହର୍‌ମ୍ୟାନ ଗୁଣ୍ଡର୍ଟ ମାଲୟାଲମ-ଇଂରାଜୀ ଅଭିଧାନ ଲେଖିଥିଲେ। ଏହାର ୧୫୦ ବର୍ଷ ପରେ ୪ଟି ଭାଷାର ସମ୍ମିଳିତ ଏକ ଅଭିଧାନ ଲେଖିଛନ୍ତି ଶ୍ରୀଧରନ। ଏଥିରେ ୧୨.୫ ଲକ୍ଷ ଶବ୍ଦ ରହିଛି। ପ୍ରତ୍ୟେକ ମାଲୟାଲମ ଶବ୍ଦ ପାଇଁ ତା’ର କନ୍ନଡ, ତାମିଲ ଓ ତେଲୁଗୁ ଶବ୍ଦ ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି , ସେ ସ୍କୁଲରେ ପଢୁଥିତ୍ବା ସମୟରେ ଅଧାରୁ ପାଠ ଛାଡି ଦେଇଥିତ୍ଲେ। ସ୍କୁଲ୍‌ ପଢ଼ା ଛାଡିବା ପରେ ସେ ଏକ ବିଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଘରୋଇ ଭାବେ ସେ ଇଂଲିଶ ଷ୍ଟାଣ୍ଡାର୍ଡ ପବ୍ଲିକ ଏକ୍‌ଜାମିନେଶନ ଦେଇ ପାସ କରିବା ପରେ ପବ୍ଲିକ ଓ୍ବାର୍କ୍ସ ଡିପାର୍ଟମେଣ୍ଟରେ ଚାକିରି କଲେ। ୧୯୯୪ରେ ଚାକିରିରୁ ଅବସର ନେବା ପରେ ସେ ବହୁ ପ୍ରକାଶକ ଓ ଲେଖକଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ ଆରମ୍ଭ କରିଥିଲେ।