ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଏବଂ ପରିବେଶ ପ୍ରଦୂଷଣ କମ୍‌ କରିବାରେ ଦିନକୁ ଦିନ ନୂଆ ନୂଆ ଉପାୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗର ଦମ୍ପତି ସୁନୀତା ଓ ସୁବାସ ରାମଗୌଡ ସେମାନଙ୍କ ସହ ସାମିଲ ହୋଇଛନ୍ତି। ସେମାନେ ‘ଗୁଡ୍‌ ଗିଫ୍ଟ’ ଷ୍ଟାର୍ଟ ଅପ୍‌ ଗଠନ କରି ବର୍ଜ୍ୟ କନାରୁ ସୁନ୍ଦର ରଙ୍ଗିନ କଣ୍ଢେଇ ତିଆରି କରୁଛନ୍ତି। ଏଭଳି କଣ୍ଢେଇ ତିଆରି କରି ସେମାନେ ୮୦୦୦ କେଜି ବର୍ଜ୍ୟ କନା ରିସାଇକେଲ କରି ସାରିଲେଣି। ଏହି କାମରେ ସେମାନେ ନୀଳଗିରିର ୨୩୦ ଆଦିବାସୀ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ମାସକୁ ୮ରୁ ୧୦,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। କଣ୍ଢେଇ ତିଆରି କରି ଏବେ ସୁଦ୍ଧା ସେମାନେ ୭୫ ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି। ପ୍ରତି ମାସରେ ସେମାନେ ପାଖାପାଖି ୩,୦୦୦ କଣ୍ଢେଇ ବିକ୍ରି କରୁଛନ୍ତି। ସୁନୀତାଙ୍କ ବିବାହ ପରେ ସେ ଓ ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ କର୍ପୋରେଟ ସେକ୍ଟରରେ ୧୫ ବର୍ଷ କାମ କରିବା ପରେ ତାହାକୁ ଛାଡ଼ି ନୀଳଗିରିକୁ ଫେରି ଏହି କାମରେ ଲାଗିଛନ୍ତି। କେବଳ ଏତିକି ନୁହେଁ ସେମାନେ ଆଦିବାସୀ ଲୋକଙ୍କୁ ସଶକ୍ତ କରିବା ଲାଗି ଏକ ସାମାଜିକ ସଂଗଠନ ଇଣ୍ଡିଆନ ୟାର୍ଡସ ଫାଉଣ୍ଡେଶନ ଗଠନ କରିଛନ୍ତି। ଏହା ମାଧ୍ୟମରେ ସେ ସ୍ଥାନୀୟ ହସ୍ତକଳାର ଉନ୍ନତି କରୁଛନ୍ତି।