ଏଇ ଭାରତରେ

ଚିକେନ ସେଣ୍ଟରରୁ ବାହାରୁଥିବା ପର ଓ ବର୍ଜ୍ୟରୁ ଉଲ ଭଳି ସୂତା ପ୍ରସ୍ତୁତ କରୁଛନ୍ତି ରାଜସ୍ଥାନର ରାଧେଶ ଅଗରହାରି। କେବଳ ଏତିକି ନୁହେଁ ଏହି ବର୍ଜ୍ୟରୁ ସେ କାଗଜ ପ୍ରସ୍ତୁତ କରୁଛନ୍ତିି। ‘ଗୋଲ୍ଡେନ ଫିଦର’ ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ଏହା କରୁଛନ୍ତି ଏବଂ ଏବେ ସୁଦ୍ଧା ସେ ୭୩ ଲକ୍ଷ କେଜି ଚିକେନ ବର୍ଜ୍ୟ କାମରେ ଲଗାଇ ସାରିଲେଣି। ଏହା ଦ୍ୱାରା ମୁଖ୍ୟତଃ ନଦୀ ଜଳ ପ୍ରଦୂଷଣ ରୋକାଯାଇପାରୁଛି ବୋଲି କହନ୍ତି ରାଧେଶ। ଏହି କାର୍ଯ୍ୟରେ ସଫଳତା ପାଇବା ଲାଗି ତାଙ୍କୁ ୧୩ ବର୍ଷ ଲାଗିଯାଇଛି। ଚିକେନ ବର୍ଜ୍ୟରୁ ପ୍ରସ୍ତୁତ ସୂତାରୁ ଶାଲ, ଷ୍ଟଲ୍‌, ବେଡ୍‌ଶିଟ ଆଦି ତିଆରି କରାଯାଉଛି । ଏହା ସହ କାଗଜରେ ଡାଏରୀ କରାଯାଉଛି। ବର୍ଜ୍ୟରୁ ମଧ୍ୟ ଖତ ଓ ମାଛ ଖାଦ୍ୟ ପ୍ରସ୍ତୁତ ହେଉଛି। ରାଧେଶ ଟେକ୍ସଟାଇଲ ଡିଜାଇନରେ ନର୍ଦ୍ଦର୍ନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ରାଫ୍ଟ, ଜୟପୁରରୁ ଶିକ୍ଷା ଲାଭ କରିଛନ୍ତି। ସେ ରାଜସ୍ଥାନର ୧୨୦୦ ଆଦିବାସୀ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଜୟପୁର ଓ ପୁଣେରେ ସେ କମ୍ପାନୀ ପ୍ରତିଷ୍ଠା କରି ଉପତ୍ାଦନ ଆରମ୍ଭ କରିଛନ୍ତି ଓ ବାର୍ଷିକ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି।