ଏଇ ଭାରତରେ

ଯୋସେପ ଲୋବୋଙ୍କ ଘର କର୍ନାଟକ ଉଡୁପିର ଏକ ଗାଁରେ। ସେ ତାଙ୍କ ଅଗଣାରେ ବଗିଚାଟିଏ କରିଛନ୍ତି। ସେଥିରେ ସେ ଜୈବିକ ପଦ୍ଧତିରେ ବିଭିନ୍ନ କୋଳି, ସପେଟା, ଫଳ, ଅନେକ କିସମର ଆମ୍ବ ସହିତ ୨୦୦ ପ୍ରକାର ଗଛ ଲଗାଇଛନ୍ତି। ଗ୍ରୋ ବ୍ୟାଗ୍‌ରେ ଏହିସବୁ ଗଛ ଭଲ ବଢିପାରୁଛି। ବଗିଚା ପାଇଁ ସେ ନିଜେ ଖତ ପ୍ରସ୍ତୁତ କରିବା ସହ ଜୈବିକ କୀଟନାଶକ ତିଆରି କରି ପ୍ରୟୋଗ କରୁଛନ୍ତି। ଏହା ସହ ହାଇଡ୍ରୋପୋନିକ( ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ) ପଦ୍ଧତିରେ ଜସ୍ମିନ ଚାଷ କରୁଛନ୍ତି। ତାଙ୍କ ବଗିଚାରେ ଜାପାନର ମିୟାଜାକି କିସମ ଆମ୍ବ ଫଳୁଛି। ଏହାର ମୂଲ୍ୟ ୧ କିଗ୍ରାକୁ ୩ ଲକ୍ଷ ଟଙ୍କାରେ ସେ ବିକ୍ରି କରୁଛନ୍ତି। ଭାରତରେ ଏହି କିସମର ଆମ୍ବ ଚାଷ କରୁଥିବା କମ୍‌ ସଂଖ୍ୟକ କୃଷକଙ୍କ ମଧ୍ୟରେ ଯୋସେପ ସ୍ଥାନ ପାଇପାରିଛନ୍ତି। ଅନ୍ୟ କୃଷକମାନେ ମିୟାଜାକି କିସମ ଆମ୍ବ ପଲିହାଉସରେ ଫଳାଉଥିବାବେଳେ ଯୋସେପ ତାଙ୍କ ଅଗଣାରେ ଥିବା ବଗିଚାରେ ଫଳାଇବାରେ ସଫଳ ହୋଇଛନ୍ତି।