ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନ୍‌ଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ପିଲାମାନେ ରହୁଛନ୍ତି, ଖାଉଛନ୍ତି ଓ ପଢୁଛନ୍ତି। ତାଓ୍ବାଙ୍ଗ ଜିଲାର ପାହାଡ଼ିଆ ଅଞ୍ଚଳର ଏକ ଛୋଟ ଗାଁରେ ଏହି ସ୍କୁଲ ଚାଲିଛି। ଏହି ସ୍କୁଲ ନିର୍ମାଣଠାରୁ ଆରମ୍ଭ କରି ଏହାର ପରିଚାଳନା ସେ ନିଜେ କରିଆସିଛନ୍ତି। ସେ ୧୯୮୮ରେ ଏକ ଝୁପୁଡ଼ିେରେ ୧୭ ଜଣ ଅନାଥ ପିଲାଙ୍କୁ ନେଇ ଏହି ସ୍କୁଲ ଆରମ୍ଭ କରିଥିଲେ। ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୩୦୦ରେ ପହଞ୍ଚିଲାଣି। ଏମାନେ ବିଭିନ୍ନ ଜିଲାରୁ ଆସିଛନ୍ତି। ଏହି ସ୍କୁଲରୁ ପିଲା ପାସ୍‌ କରି ଆଇନଜୀବୀ, ଆଇଏଏସ୍‌ ଅଧିକାରୀ ହୋଇ ସାରିଲେଣି। ଲାମା ବୁଦ୍ଧିଷ୍ଟ ଫିଲୋସଫି ପଢିବା ସହ ତିବ୍ବତୀୟ ଭାଷାରେ ପିଏଚଡି କରିଛନ୍ତି। ସେ ତାଓ୍ବାଙ୍ଗ ପବ୍ଲିକ ସ୍କୁଲରେ ଶିକ୍ଷକ ଭାବେ କାମ କରି ଅର୍ଥ ସଞ୍ଚୟ କରି ସେଥିରେ ସ୍କୁଲ ଆରମ୍ଭ କରିଥିଲେ। ସିବିଏସ୍‌ଇରେ ପଞ୍ଜୀକୃତ ହୋଇଛି ସ୍କୁଲ ଓ ୧୦ ଶ୍ରେଣୀ ଯାଏ ପିଲାଙ୍କୁ ପଢ଼ାଯାଉଛି। ଏବେ ୩୭ ଜଣ ଷ୍ଟାଫ୍‌ ରହିଛନ୍ତି ଓ ଲାମା ନିଜେ ମଧ୍ୟ ପଢ଼ାଉଛନ୍ତି। ସବୁ ବିଷୟ ସହିତ ବୁଦ୍ଧିଷ୍ଟ ଫିଲୋସଫି ସହ ସ୍ଥାନୀୟ ଭାଷା ମଧ୍ୟ ପଢ଼ାଯାଉଛି।