ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌ ମିଲାନ ରୋକେ ଡମ୍ପୟାର୍ଡକୁ ସବୁଜ ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଡମ୍ପୟାର୍ଡରେ କେବଳ ବିଭିନ୍ନ କିସମର ଫଳଗଛ ଲଗାଇଛନ୍ତି, ଯାହାଫଳରେ ସେଥିରୁ କିଛି ଉତ୍ପାଦନ ହୋଇପାରୁଛି। ଜିଥ୍‌ଙ୍କ ବୟସ ୪୭। ସେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ଯେଉଁଠି ରହୁଥିଲେ ସେଠାରେ ଗଛର ଅଭାବ ଥିଲା। ଏଣୁ ସେ ପ୍ରଥମେ ଆଖପାଖ ଅଞ୍ଚଳରେ ଗଛ ଲଗାଇବା ଆରମ୍ଭ କରିଥିଲେ। ପରେ ଚାକିରି ଛାଡ଼ି ସେ ମାଙ୍ଗାଲୋର ଗ୍ରୀନ୍‌ ବ୍ରିଗ୍ରେଡ୍‌ ପ୍ରୋଜେକ୍ଟ ମାଧ୍ୟମରେ ଗଛ ଲଗାଇ ଏବେ ଟେକ୍‌ମ୍ୟାନ୍‌ରୁ ଜଣେ ପରିବେଶବିତ୍‌ ହୋଇଗଲେଣି। ଜିଥ୍‌ ୭ ବର୍ଷ ହେଲା ଡମ୍ପୟାର୍ଡ ତଥା ଅନ୍ୟ ଅବ୍ୟବହୃତ ଜମିରେ ଗଛ ଲଗାଉଛନ୍ତି। ସେ ପ୍ରତିବର୍ଷ ମାଙ୍ଗାଲୋରରେ ୧୨,୦୦୦ ଗଛ ଲଗାଉଛନ୍ତି। ୪୨ ଏକର ବିଶିଷ୍ଟ ଏକ ଡମ୍ପୟାର୍ଡରେ ଗଛ ଲଗାଇବା ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ। ଏହା ବ୍ୟତୀତ ସେ ସ୍କୁଲ ଓ କଲେଜରେ ମଧ୍ୟ ଗଛ ଲଗାଉଛନ୍ତି। ଏହାଦ୍ୱାରା ତାଙ୍କ ପ୍ରୋଜେକ୍ଟରେ ଏବେ ଅନେକ ହଜାର ଛାତ୍ରୀଛାତ୍ର ସାମିଲ ହୋଇ ବୃକ୍ଷରୋପଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri