କୋର୍ଟରେ ଅନେକ ମାମଲା ପଡ଼ିରହୁଛି ଓ ସମାଧାନ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ବେଙ୍ଗାଲୁରର ଏକ ଲିଗାଲ ଷ୍ଟାର୍ଟଅପ ‘ସମ’ ନୂତନ ଅଭିମୁଖ୍ୟ ଆପଣାଇ ମାମଲାଗୁଡ଼ିକର ସମାଧାନ କରିପାରୁଛି। ପ୍ରାଞ୍ଜଳ ସିହ୍ନା, ଅକ୍ଷତ ଅଶୋକ ଏବଂ ବିକ୍ରମ କୁମାର ‘ସମ’ ଷ୍ଟାର୍ଟଅପ ପ୍ରତିଷ୍ଠା କରି କୋର୍ଟ ବାହାରେ ଅନ୍ଲାଇନରେ ମଧ୍ୟସ୍ଥଙ୍କ ଦ୍ୱାରା ୩୫ ଲକ୍ଷ କେସ୍ ସମାଧାନ କରିସାରିଲେଣି। ଏମାନେ ବ୍ୟାଙ୍କିଙ୍ଗ, ଫାଇନାନ୍ସିଆଲ ଓ ଇନ୍ସ୍ୟୁରାନ୍ସ ସେକ୍ଟର, ବ୍ରୋକର ଏବଂ ସୁକ୍ୟୁରିଟି ମାର୍କେଟର ବିବାଦ ସମାଧାନ କରୁଛନ୍ତି। ଏମାନେ ଲୋକ ଅଦାଲତ ସହ କାମ କରି ଚାଲାଣ, ଇଲେକ୍ଟ୍ରି ବିଲ, ଚେକ ବାଉନ୍ସ ଓ ଦୁର୍ଘଟଣାଜନିତ ଇନ୍ସ୍ୟୁରାନ୍ସ ମାମଲାର ସମାଧାନ କରିପାରୁଛନ୍ତି। ବିକ୍ରମ କମ୍ପ୍ୟୁଟର ସାଇନ୍ସରେ ଉଚ୍ଚଶିକ୍ଷା ଲାଭ କରିଥିବା ବେଳେ ଅକ୍ଷତ ଓ ପ୍ରାଞ୍ଜଲ ଆଇନରେ ଡିଗ୍ରୀ କରିଛନ୍ତି। ୨୦୧୫ରେ ଏମାନେ ମିଳିତ ଭାବେ ‘ସମ’ ଆରମ୍ଭ କରିଥିଲେ। ଚାଣକ୍ୟଙ୍କ ନୀତିରେ ଚାରି ନିୟମ ମଧ୍ୟରେ ଥିବା ସମକୁ ଅଧାର କରି ଏହାର ନାମକରଣ କରାଯାଇଛି। ସମ ଷ୍ଟାର୍ଟଅପରେ ଦେଶର ୪୪୩ ଜିଲାରେ ଆଇନ କ୍ଷେତ୍ରରେ ୧୦ ବର୍ଷର ଅଭିଜ୍ଞତା ଥିବା ୩୦୦୦ ବ୍ୟକ୍ତିଙ୍କୁ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ନିଯୁକ୍ତ କରାଯାଇଛି ଓ ଆଇନ କ୍ଷେତ୍ରରେ ୫ ବର୍ଷର ଅଭିଜ୍ଞଙ୍କୁ ମଧ୍ୟସ୍ଥ ଭାବେ ନିଆଯାଇଛି।