ଏଇ ଭାରତରେ

ଭି. ସହେଲି, ଲକ୍ଷ୍ୟ ଗୋସ୍ବାମୀ, ଉଦୟ ସିଂ, ସୌରିଶ ଗ୍ରୋଭର ଏବଂ ଅର୍ମାନ ଶରନ ଏକାବେଳକେ ଦୁଇଟି କାମ କରୁଥିବା ଏକ କୁଲିଂ ଡିଭାଇସ ଆବିଷ୍କାର କରିଛନ୍ତି। ଏହା ମଧ୍ୟ ହିଟର ଭାବେ କାମ କରୁଛି। ଏହି କୁଲରର ନାମ ରଖାଯାଇଛି ଜେଫିରସ୍‌। ପୁରାତନ ଗ୍ରୀସ୍‌ର ବାୟୁ ଦେବତାଙ୍କ ନାମାନୁସାରେ ଏହାର ଏଭଳି ନାମକରଣ କରାଯାଇଛି। ଏହି ୫ ଜଣ ପିଲାଙ୍କ ନୂତନ ଚିନ୍ତାଧାରା ଏକ ଉଦାହରଣ ସୃଷ୍ଟି କରିଛି। ଦିଲ୍ଲୀର ଶିବନଦାର ସ୍କୁଲରେ ଗତବର୍ଷ ୧୦ମ ଶ୍ରେଣୀରେ ପଢ଼ୁଥିଲାବେଳେ ଏଭଳି ଉଦ୍ଭାବନର ନିଷ୍ପତ୍ତି ନେଇଥିଲେ ଏବଂ ପରେ ଏଥିରେ ସଫଳ ହୋଇଛନ୍ତି। ଏହି କୁଲର ମେଶିନରେ ପାରମ୍ପରିକ କୁଲର ତୁଳନାରେ କମ୍‌ ପାଣିର ବ୍ୟବହାର କରାଯାଉଛି। ସାଧାରଣ କୁଲର ମାସକୁ ହାରାହାରି ୩,୦୦୦ ଲିଟର ପାଣି ଆବଶ୍ୟକ କରୁଥିବାବେଳେ ଜେଫିରସ୍‌ ୩୦୦ ମିଲିଲିଟର ପାଣି ଦରକାର କରୁଛି। ୨୪ ଇଞ୍ଚ ଚଉଡ଼ା ଓ ୧୨ ଇଞ୍ଚ ଲମ୍ବର ଏହି କୁଲିଂ ମେଶିନକୁ ଆଲୁମିନିୟମ ଶିଟ୍‌ରେ ତିଆରି କରାଯାଇଛି। ଏହାକୁ ନିର୍ମାଣ କରିବାରେ ସ୍କୁଲ ଏମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛି ଓ ଏଥିରେ ମୋଟ ୫,୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବଜାରରେ ଏବେ ଉପଲବ୍ଧ କୁଲରଠାରୁ ଶସ୍ତା। ଏହାକୁ ଏବେ ପରୀକ୍ଷା କରାଯାଇ ମାର୍କେଟକୁ ଛଡ଼ାଯିବାର ପଦକ୍ଷେପ ନିଆଯାଇଛି। ଏହାକୁ ଅଧିକ ଉପତ୍ାଦନ କରାଗଲେ ଏବକାର ମୂଲ୍ୟଠାରୁ ଆହୁରି କମ୍‌ ହେବ ବୋଲି କହନ୍ତି ଅର୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ...

ଲୋକଙ୍କ ସରକାରରେ ରାଜ୍ୟର ‘ସୁଭଦ୍ରା’ ହେବେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶାର ସାମାଜିକ ନ୍ୟାୟ ଇତିହାସରେ ଆଜି ଏକ ଗୌରବମୟ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ସୁଭଦ୍ରା...

ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ...

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri