Advertisement

ଏଇ ଭାରତରେ

ପେସାରେ ନର୍ସ, କିନ୍ତୁ ସାପ ଉଦ୍ଧାର କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛତିଶଗଡ଼ ରାୟପୁରର ଅଜିତା ପାଣ୍ଡେ। ସେ ୧୦ ବର୍ଷ ମଧ୍ୟରେ ଅନେକ ହଜାର ସାପ ଉଦ୍ଧାର କରିସାରିଲେଣି। ଲୋକମାନଙ୍କଠାରୁ କଲ୍‌ ପାଇବା କ୍ଷଣି ସେହି ସ୍ଥାନରେ ସେ ପହଞ୍ଚି ଯାଉଛନ୍ତି। କେବଳ କୋଭିଡ୍‌ ସମୟରେ ସେ ଲୋକଙ୍କ ଘରେ ପହଞ୍ଚି ୯୮୪ଟି ସାପ ଉଦ୍ଧାର କରିପାରିଥିଲେ। ଅଜିତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ପ୍ରଥମେ ସାପ ଧରିଥିଲେ। ପରେ ଶିକ୍ଷା ଶେଷ କରି ନର୍ସ ଭାବେ ଚାକିରି କରି ତାଙ୍କର ସେହି ପସନ୍ଦକୁ ଜାରି ରଖିଛନ୍ତି। ସାପ ଧରିବା ଲାଗି ସେ ତାଙ୍କ ବିଭାଗରୁ ଅନୁମତି ମଧ୍ୟ ନେଇଛନ୍ତି ଓ ଏହି କାର୍ଯ୍ୟ ପାଇଁ ସେ କାହାଠରୁ ଅର୍ଥ ନେଉନାହାନ୍ତି। ସେ ଜଙ୍ଗଲ ବିଭାଗ ଅଧିକାରୀ, ପଶୁଙ୍କ ପାଇଁ କାମ କରୁଥିବା ଏନ୍‌ଜିଓ ସହିତ ଯୋଗାଯୋଗ ରକ୍ଷା କରି ବିଭିନ୍ନ ପ୍ରକାର ସାପଙ୍କ ଆଚରଣ ସମ୍ପର୍କରେ ଜାଣି ପାରିଛନ୍ତି। ଏହା ବ୍ୟତୀତ ପ୍ରତୀକ୍ଷା ସ୍ନେକ୍‌ ସେଲ, ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି ଏବଂ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ସହ ଜଡ଼ିତ ରହି ଏହି ସାପ ଉଦ୍ଧାର କାର୍ଯ୍ୟ ସହଜରେ କରିପାରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel