ଏଇ ଭାରତରେ

ବହୁ ସମୟରେ କୌଣସି ପରିସ୍ଥିତି ଜଣେ ବ୍ୟକ୍ତିଙ୍କୁ ତାହାର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥାଏ, ଯାହା ଘଟିଛି ହିରେଶା ବର୍ମାଙ୍କ ଜୀବନରେ। ହିରେଶା ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୧୩ରେ ଘଟିଥିବା କେଦାରନାଥ ଫ୍ଲାଶ୍‌ ଫ୍ଲଡ୍‌ ପରେ ସେ ତାଙ୍କ ଚାକିରି ଛାଡ଼ି ସେହି ଅଞ୍ଚଳରେ ସବୁ କିଛି ହରାଇଥିବା ମହିଳାମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ସେ ଏଥିପାଇଁ ଛତୁ ଚାଷକୁ ବାଛିଥିଲେ, କାରଣ ସେହି ଅଞ୍ଚଳ ଏହି ଚାଷ ପାଇଁ ଉପଯୋଗୀ। ହିରେଶା ପ୍ରଥମେ ଘରେ ୨୦୦୦ ଟଙ୍କା ନିବେଶ କରି ଛାଷ ଆରମ୍ଭ କରିଥିଲେ। ପରେ ଛତୁ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ପଦ୍ଧତିରେ ଏହି ଚାଷ କରିବା ଲାଗି ୮୦ ଲକ୍ଷ ଟଙ୍କା ନିବେଶ କରିଥିଲେ। ଏବେ ତାଙ୍କ ଫାର୍ମରୁ ପ୍ରତିଦିନ ୧,୦୦୦ କେଜି ଛତୁ ଉପତ୍ାଦନ ହେଉଛି ଏବଂ ଏଥିରୁ ସେ ବର୍ଷକୁ ୧.୫ କୋଟି ଟଙ୍କା ପାଉଛନ୍ତି। ଏହି ଚାଷରେ ସେ ୨,୦୦୦ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଏହି ମହିଳାମାନଙ୍କ ଆର୍ଥିକ ଉନ୍ନତି ଘଟିବା ସହ ସେମାନଙ୍କର ସାମାଜିକ ସ୍ଥିତି ବଦଳିଯାଇଛି। ସେ ହାନ୍‌ ଆଗ୍ରେକେୟାର ପ୍ରତିଷ୍ଠା କରି ସାରା ଭାରତରେ ଏହା ମାଧ୍ୟମରେ ଛତୁରୁ ପ୍ରସ୍ତୁତ ବିଭିନ୍ନ ଉପତ୍ାଦ ବିକ୍ରି କରୁଛନ୍ତି।