ଏଇ ଭାରତରେ

କେଦାରନାଥର ବନ୍ୟା ହିରେଶା ବର୍ମାଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି ।
ହିରେଶା ଶିକ୍ଷା ଶେଷକରି ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୩ରେ ଘଟିଥିବା କେଦାରନାଥର ପ୍ରଳୟଙ୍କରୀ ବନ୍ୟା ପରେ ସେହି ଅଞ୍ଚଳରେ ଅସହାୟ ମହିଳାମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ଏଥିପାଇଁ ସେ ଚାକିରି ଛାଡ଼ିଦେଇଥିଲେ। ମହିଳାମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ହିରେଶା ଛତୁଚାଷକୁ ବାଛିଥିଲେ। ସେ ପ୍ରଥମେ ତାଙ୍କ ଘରେ ୨୦୦୦ ଟଙ୍କା ନିବେଶକରି ଚାଷ ଆରମ୍ଭ କରିଥିଲେ। ପରେ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ପଦ୍ଧତିରେ ଏହି ଚାଷ କରୁଛନ୍ତି ଏବଂ ଏଥିରେ ସେ ୮୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଏବେ ତାଙ୍କ ଫାର୍ମରୁ ପ୍ରତିଦିନ ୧,୦୦୦ କେଜି ଛତୁ ଉପତ୍ାଦନ ହେଉଛି ଏବଂ ଏଥିରୁ ସେ ବର୍ଷକୁ ୧.୫ କୋଟି ଟଙ୍କା ପାଉଛନ୍ତି। ଛତୁଚାଷରେ ସେ ୨,୦୦୦ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଏହି ମହିଳାମାନଙ୍କ ଆର୍ଥିକ ଉନ୍ନତି ଘଟିବା ସହ ସେମାନଙ୍କ ସାମାଜିକ ସ୍ଥିତି ବଦଳିଯାଇଛି। ସେ ହାନ୍‌ ଆଗ୍ରୋକେୟାର ପ୍ରତିଷ୍ଠାକରି ସାରା ଭାରତରେ ଏହା ମାଧ୍ୟମରେ ଛତୁରୁ ପ୍ରସ୍ତୁତ ବିଭିନ୍ନ ଉପତ୍ାଦ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମାଜରେ ଏଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ କଥା ଚିନ୍ତା ନ କରି ଅନ୍ୟମାନଙ୍କ ମଙ୍ଗଳ ପାଇଁ କାମ କରନ୍ତି। ଠିକ୍‌ ଏମିତି ଏକ ଉଦାହରଣ...

କେନ୍ଦ୍ରୀୟ ବଜେଟର ବିଶ୍ଳେଷଣ

ଏନ୍‌ଡିଏ-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣ ବଜେଟ (୨୦୨୫-୨୬) ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ କ୍ରମାଗତ ଅଷ୍ଟମ ବଜେଟ, ତାହା ବି ଜଣେ...

ବଡ଼ଙ୍କୁ ସମ୍ମାନ

ପରିବାର ହେଉଛି ଆମ ସମାଜର ଏକ ମୁଖ୍ୟ ଅଙ୍ଗ। ଯେଉଁ ପରିବାର ମଧ୍ୟରେ ପରସ୍ପର ସ୍ନେହ ଶ୍ରଦ୍ଧା ଥାଏ ତାହା ଏକ ଖୁସି ପରିବାର। ସେଥିପାଇଁ...

କାମ ମଣିଷର, ଦୋଷ ଭଗବାନ୍‌ଙ୍କର

ବର୍ଷ ଆରମ୍ଭ ନ ହେଉଣୁ ଲସ୍‌ ଆଞ୍ଜେଲସ୍‌ ବନାଗ୍ନି (ଜାନୁଆରୀ ୮ରେ ଆରମ୍ଭ ହୋଇଥିବା ଜଙ୍ଗଲର ନିଅଁା) ଜଣାଇଦେଲା ପରିବେଶକୁ ଧ୍ୱଂସ କରୁଛି ମଣିଷ: ଭଗବାନ୍‌ଙ୍କ...

ମଧ୍ୟବିତ୍ତ କିଏ

ସାଧାରଣ ବଜେଟ ୨୦୨୫-୨୬ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଉପସ୍ଥାପନ କରିବା ପରଠାରୁ ସମଗ୍ର ଦେଶରେ ଗୋଟିଏ କଥା ଗୁଞ୍ଜରଣ ହେଉଛି ଯେ,...

ୟୁସିସିର ସାମ୍ବିଧାନିକ ଦିଗ

ତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ଆଇନ କାର୍ଯ୍ୟକାରୀ କରିଛି। ଏହା ପରକୁ ଭାଜପା...

ଦୁଇଟି ବିଚାର

ଭାରତର ପ୍ରଧାନମନ୍ତ୍ରୀ ଦୁଇଟି ବିଚାର ବା ଯୋଜନାକୁ ନେଇ ପ୍ରତିଶ୍ରୁତିବଦ୍ଧ, ଯାହା ତାଙ୍କ ଶାସନକାଳରେ ବି ପ୍ରକାଶ ପାଇଛି। ପ୍ରଥମଟି ହେଉଛି ୨୦୪୭ ସୁଦ୍ଧା ଭାରତକୁ...

ଶାନ୍ତି ସନ୍ଧାନରେ ମଣିଷ

ବହୁଦିନର ବ୍ୟବଧାନରେ ସେଦିନ ଜଣେ ବନ୍ଧୁଙ୍କ ଘରକୁ ଯିବାର ସୁଯୋଗ ମିଳିଥିଲା। ଜଣେ ସରକାରୀ ପଦସ୍ଥ ଅଫିସର ଭାବେ ସେ ଏବେ କାର୍ଯ୍ୟରତ ଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image