ଏଇ ଭାରତରେ

ଧୁମ୍‌ଧାମରେ ବାହାଘର। ତା’ ପୁଣି ଦୁଇଟି ରାଜ୍ୟର କୁକୁରଙ୍କର। ଏକଥା ହୁଏତ ଅନେକଙ୍କୁ ଅଜବ ମନେ ହୋଇପାରେ, କିନ୍ତୁ ଏମିତି ଏକ ବାହାଘର ହୋଇଛି ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ। ଇନ୍ଦ୍ର ଦେବତାଙ୍କୁ ଖୁସି କରି ଗାଁର ଜଳକଷ୍ଟ ଦୂର କରିବା ନିମନ୍ତେ ଗାଁ ଲୋକେ କୁକୁରମାନଙ୍କର ଏଭଳି ଏକ ଅଜବ ବାହାଘର କରିଛନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ ମୁଲଚନ୍ଦ ନାୟକଙ୍କର ରଶ୍ମି ନାମକ ଏକ ମାଈ କୁକୁର ସହିତ ଉତ୍ତରପ୍ରଦେଶର ଅଶୋକ ଯାଦବଙ୍କର କୁକୁର ଗୋଲୁ ସହିତ ବାହାଘର ହୋଇଥିଲା। ଦୁଇ କୁକୁରଙ୍କର ବିବାହ ଧୁମଧାମରେ ହୋଇଥିଲା। ମୁଲଚନ୍ଦ କନ୍ୟାପକ୍ଷ ହିସାବରେ ଯଥାରୀତି ହିନ୍ଦୁ ପରମ୍ପରାରେ ବିବାହ କରାଇ ଗାଁର ୮୦୦ ଲୋକଙ୍କୁ ଭୋଜି ଦେଇଥିଲେ। ଏହାପରେ ରଶ୍ମିକୁ ବିଦା କରିବା ସମୟରେ ସେ ଓ ତାଙ୍କ ପରିବାର ଲୋକେ କାନ୍ଦି ପକାଇଥିଲେ। ଏଭଳି ଏକ ଭିନ୍ନ ଧରଣର ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଗାଁ ଲୋକଙ୍କ ବିଶ୍ୱାସ କି କଥା କହି ପାରୁ ନ ଥିବା ପଶୁଙ୍କର ବିବାହ କରାଇଲେ ଇନ୍ଦ୍ର ଦେବତା ଖୁସି ହୁଅନ୍ତି ଏବଂ ଜଳ ଦାନ କରିଥାନ୍ତି। ମଧ୍ୟପ୍ରଦେଶର ପୁଛିକରଗୁବା ଗାଁରେ କିଛିଦିନ ଧରି ଜଳର ଅଭାବ ଦେଖାଦେଇଛି। ଲୋକେ ଏହି ପାଣି ସମସ୍ୟା ଦୂର କରିବା ପାଇଁ କୁକୁରଙ୍କର ବିବାହ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image