Advertisement

ଏଇ ଭାରତରେ

ବାହାରେ ଗଦା ହେଉଥିବା ଅଦରକାରୀ ଶଢ଼େଇ ଓ ପ୍ଲାଷ୍ଟିକ୍‌ ବୋତଲକୁ ଏକ ଉତ୍ତମ କାମରେ ଲଗାଇ ପାରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସେ ଏହିସବୁ ବର୍ଜ୍ୟବସ୍ତୁରେ ପ୍ରାୟ ୪୫୦ ପ୍ରଜାତିର ୪,୦୦୦ ଗଛ ଉତାରିଛନ୍ତି। ୨୫ ବର୍ଷୀୟା ସାକ୍ଷୀ ତାଙ୍କ ଘରକୁ ଏକପ୍ରକାର ମିନି ଜଙ୍ଗଲରେ ପରିଣତ କରିଦେଇଛନ୍ତି। ଏହି ଗଛଗୁଡ଼ିକ ମଧ୍ୟରେ ରହିଛି ୧୫୦ ପ୍ରଜାତିର ବିଦେଶୀ ଗଛ। ସାକ୍ଷୀ ମାଇକ୍ରୋ ବାୟୋଲୋଜିରେ ଶିକ୍ଷା ଶେଷ କରି ୨୦୧୯ରୁ ମାନସରୋବର ଗ୍ଲୋବାଲ୍‌ ୟୁନିଭର୍ସିଟିରେ କୃଷି ବିଭାଗର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ସେବେଠାରୁ ପିଲାମାନଙ୍କୁୁ ପଢ଼ାଇବା ସହ ବିଭିନ୍ନ ପ୍ରକାର ଗଛ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ। ଏପରିକି ବହୁ ଗଛର କଲମି କରି ତାହାକୁ ଶଢ଼େଇରେ ଲଗାଇଛନ୍ତି। ପ୍ଲାଷ୍ଟିକ୍‌ ବୋତଲ ଓ ଶଢ଼େଇରେ ଗଛ ଲଗାଇ ସେଗୁଡ଼ିକୁ ତାରରେ ବାନ୍ଧି କଣ୍ଟା ସାହାଯ୍ୟରେ ଘର କାନ୍ଥରେ ଝୁଲାଇ ଏକ ପ୍ରକାର ଭର୍ଟିକାଲ ଗାର୍ଡେନ କରିଛନ୍ତି। ଏଥିରେ କେବଳ ଜିଆଖତ ଓ କିଚେନ୍‌ରୁ ପ୍ରସ୍ତୁତ ଖତ ହିଁ ବ୍ୟବହାର କରୁଛନ୍ତି। ନିଆରା ପ୍ରଜାତିର ବିଦେଶୀ ଗଛ ଚାରା କରି ତାହାକୁ ଲୋକମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି ସାକ୍ଷୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel