ଏଇ ଭାରତରେ

ଜଣେ କି ଦି ଜଣ ନୁହେଁ, ୧୭୦୦ ରିକ୍ସାଚାଳକଙ୍କୁ ଅଧିକ ରୋଜଗାରର ବାଟ ଦେଖାଇଛନ୍ତି ନବୀନ କ୍ରିଷ୍ଣ ା ବାରାଣସୀର ନବୀନ ତାଙ୍କ କାରବାର ୨୦୧୫ରେ ଏସ୍‌ଏମ୍‌ଭି ଗ୍ରୀନ ସଲ୍ୟୁସନ ଗଠନ କରି ଗରିବ ରିକ୍ସା ଚାଳକଙ୍କ ଭାଗ୍ୟ ବଦଳାଇବାରେ ଲାଗିଛନ୍ତି ା ସେ ରିକ୍ସା ଚାଳକମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି, ଯେଉଁଥିରେ ସେମାନେ ଏହି ସଂସ୍ଥା ମାଧ୍ୟମରେ ଅଟୋରିକ୍ସା କିଣି ଅଧିକ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି ା ଦିନସାରା ରିକ୍ସା ଟାଣି ପରିବାର ପ୍ରତିପୋଷଣ କରିପାରୁ ନ ଥିବା ଲୋକମାନେ ଏବେ ମାସକୁ ଇ-ଅଟୋରିକ୍ସାରୁ ୧୦ରୁ ୧୫ ହଜାର ଲାଭ ପାଉଛନ୍ତି ା ନବୀନ ବନାରସ ହିନ୍ଦୁ ୟୁନିଭର୍ସିଟିରେ ପଢୁଥିବା ବେଳେ ସେଠାରେ ରିକ୍ସା ଟାଣୁଥିବା ଲୋକମାନଙ୍କ ଦୁଃଖ ଦେଖି ତାହା କିଭଳି ଦୂର ହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ, ଯାହା ପର ମୁହୂର୍ତ୍ତରେ ଏସ୍‌ଏମ୍‌ଭି ପ୍ରତିଷ୍ଠା କରିବାକୁ ପ୍ରେରଣା ଯୋଗାଇଥିଲା ା ନବୀନ ଗରିବ ରିକ୍ସା ଚାଳକଙ୍କୁ ଲୋନ କରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ା ସବୁଠୁ ବଡ଼ କଥା ଗରିବ ରିକ୍ସା ଚାଳକ ପରିବାରଗୁଡିକର ରୋଜଗାର ବଢ଼ାଇବା ସହ ସହରର ପ୍ରଦୂଷଣ କମାଇବାର ଲକ୍ଷ୍ୟ ନେଇ ଆଗେଇଥିବା ନବୀନ କୃଷି ଶ୍ରମିକମାନଙ୍କୁ ବି ସାହାଯ୍ୟ କରୁଛନ୍ତି ା ଏହି ଅଭିଯାନକୁ ସେ ଆଲ୍ଲାହାବାଦ, ଲକ୍ଷ୍ମୌ ଓ ଦିଲ୍ଲୀକୁ ମଧ୍ୟ ସଂପ୍ରସାରଣ କରିଛନ୍ତି ା ଏସ୍‌ଏମ୍‌ଭି ସହରର ବିଭିନ୍ନ ସ୍ଥାନରେ ବ୍ୟାଟେରି ଚାର୍ଜ କରିବାର ବ୍ୟବସ୍ଥା କରିଛନ୍ତି, ଯାହା ଦ୍ୱାରା ଚାଳକମାନେ ଉପକୃତ ହେଉଛନ୍ତି ା ୨୦୩୦ ସୁଦ୍ଧା ୩୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ଚଳାଇବାର ଯେଉଁ ଯୋଜନା ରଖିଛନ୍ତି, ସେଥିରେ ନବୀନଙ୍କ ପ୍ରୟାସ ନିଶ୍ଚିତ ଭାବେ ସହାୟକ ହୋଇପାରିବ।