ଏଇ ଭାରତରେ

୯୩ ବର୍ଷ ବୟସରେ ଚାଷକାର୍ଯ୍ୟ କରିବା କଥା କେବେ ଭାବି ପାରୁଛନ୍ତି! ହେଲେ କେରଳର କୋଝିକୋଡ଼େ ନିବାସୀ ଚିଦାମ୍ବରମ୍‌ ନାୟାର ଏହି ପରିଣତ ବୟସରେ ଜୈବିକ ଚାଷ କରୁଛନ୍ତି। ସ୍କୁଲ ଶିକ୍ଷକରୁ ଅବସର ନେବା ପରେ ସେ ଏହି କାର୍ଯ୍ୟ ଜାରି ରଖିତ୍ଛନ୍ତି। ତାଙ୍କ ସ୍ବାସ୍ଥ୍ୟ ରହସ୍ୟ ପଛରେ ରହିଛି ତାଙ୍କ ସନ୍ତୁଳିତ ଖାଦ୍ୟ। କ୍ଷେତରୁ ଯାହା ଉପତ୍ାଦନ କରନ୍ତି ତାହା ସେ ଖାଇଥାଆନ୍ତି। ଶହେ ଛୁଇଁବାକୁ ଆଉ ୭ ବର୍ଷ ଥିବାବେଳେ କାହାର ସହଯୋଗ ନ ନେଇ ସବୁ କାମ କରିପାରୁଛନ୍ତି। ପିଲାଟି ଦିନରୁ ସେ ଚାଷକାର୍ଯ୍ୟରେ ଅଭ୍ୟସ୍ତ ଥିବା ଯୋଗୁ ଏହା ସମ୍ଭବ ହୋଇପାରୁଛି। ଛୋଟବେଳେ ସେ ତାଙ୍କ ଘର ଅଗଣାରେ ଏକ ପରିବା ଉଦ୍ୟାନ କରିବା ପରେ ଚାଷ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିତ୍ଲା। ତା’ପରେ ସେ ତାଙ୍କ ଜମିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ଚିଦାମ୍ବରମ୍‌ ଶିକ୍ଷକ ଭାବେ ୨୭ ବର୍ଷ ରହିଥିଲେ ମଧ୍ୟ ଚାଷକୁ ଛାଡ଼ି ନ ଥିଲେ। କ୍ଷେତରୁ ଫେରିବା ପରେ ସ୍କୁଲକୁ ଠିକ୍‌ ସମୟରେ ଯାଉଥିଲେ। ସ୍କୁଲରୁ ଫେରି ପୁଣି କ୍ଷେତରେ ପହଞ୍ଚତ୍ ଯାଉଥିଲେ। ସେ ୭ ଏକର ଜମିରେ ୩୫୦ ନଡ଼ିଆ ଗଛ ଲଗାଇବା ସହ ବିଭିନ୍ନ ପ୍ରକାର ପନିପରିବା ଓ ମସଲା ଚାଷ କରୁଛନ୍ତି। ଘର ପାଇଁ କିଛି ରଖିବା ପରେ ଅବଶିଷ୍ଟ ଉପତ୍ାଦକୁ ବଜାରରେ ବିକ୍ରି କରିଦିଅନ୍ତି। ସେ ପ୍ରତିଦିନ ରାତି ୯ଟା ପୂର୍ବରୁ ଶୋଇ ସକାଳ ୬ଟାରେ ଉଠି ଗାଧୋଇବା ପରେ ତାଙ୍କ ଫାର୍ମକୁ ଚାଲିଯାଆନ୍ତି। ଘରକୁ ଖାଇବା ଓ ଶୋଇବାକୁ କେବଳ ଆସିଥାଆନ୍ତି। ଆଉ ତାଙ୍କର ବାକିତକ ସମୟ ଫାର୍ମରେ କଟେ। ଏହି ପରିଣତ ବୟସରେ ସୁସ୍ଥ ଜୀବନ ଲାଗି କୃଷି ହିଁ ତାଙ୍କ ପାଇଁ ବ୍ୟାୟାମର ଏକ ଶ୍ରେଷ୍ଠ ବିକଳ୍ପ ବୋଲି କହନ୍ତି ଚିଦାମ୍ବରମ୍‌।