ଏଇ ଭାରତରେ

ନୂଆ ନୂଆ ଜିନିଷ ଗଢ଼ିବାରେ ଏବେ ଯୁବଶକ୍ତି ବେଶ୍‌ ଆଗକୁ ଯାଇପାରିଛନ୍ତି, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ମଣିଗନ୍ଦନ କୁମାରାପ୍ପାନ ଏବଂ ତାଙ୍କ ଟିମ୍‌ ଷ୍ଟାର୍ଟଅପ୍‌ ମାଧ୍ୟମରେ ନଡ଼ିଆପତ୍ରରୁ ଷ୍ଟ୍ର ତିଆରି କରୁଛନ୍ତି। ପ୍ଲାଷ୍ଟିକ ଷ୍ଟ୍ର ଜନିତ ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ସେ କର୍ପୋରେଟ ଚାକିରି ଛାଡ଼ି ୨୦୧୬ରେ ଏହି ଷ୍ଟାର୍ଟଅପ୍‌ ଆରମ୍ଭ କରିଥିତ୍ଲେ। ନଡ଼ଆବାହୁଙ୍ଗା ପଡ଼ିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଇ ଏହି ଷ୍ଟ୍ର ପ୍ରସ୍ତୁତ କରାଯାଉଛି। ଗ୍ରାମାଞ୍ଚଳରୁ ଏହି ପତ୍ର ସଂଗ୍ରହ କରାଯାଇ ସେଠାକାର ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଷ୍ଟ୍ର ତିଆରି କାମରେ ଲଗାଯାଇଛି। ପତ୍ରକୁ ସଫାକରି ଷ୍ଟେରିଲାଇଜ କରାଯିବା ପରେ ବିଭିନ୍ନ ପଦ୍ଧତିରେ ସେଥିରୁ ୪ ଇଞ୍ଚରୁ ୧୨ ଇଞ୍ଚ ଲମ୍ବର ଷ୍ଟ୍ର ତିଆରି ହେଉଛି। ଗରମ ପାନୀୟରେ ୩୦ ମିନିଟ୍‌ ଓ ଥଣ୍ଡା ପାନୀୟରେ ଏହା ୬ ଘଣ୍ଟା ଯାଏ ଅକ୍ଷତ ଅବସ୍ଥାରେ ରହିପାରୁଛି। ଷ୍ଟ୍ରର ଦାମ୍‌ ୧.୫ ଟଙ୍କାରୁ ୩ ଟଙ୍କା ଯାଏ ରହୁଛି। କେବଳ ଏତିକି ନୁହେଁ,କୃଷି ବର୍ଜ୍ୟରୁ କୁମାରାପ୍ପାନ ଲାଭଜନକ ଜିନିଷ ତିଆରି କରୁଛନ୍ତି। ଏଥିରେ ଗ୍ରମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।