ଏଇ ଭାରତରେ

୨୦୧୦ରୁ ଭାରତରେ ବାୟୁ ପ୍ରଦୂଷଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିତ୍କ କାର୍ବନ ନିର୍ଗମନ ହେତୁ ଏଭଳି ପରିସ୍ଥିତି ଉପୁଜିିଛି। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଯାହା ପଦକ୍ଷେପ ନିଆଯାଇଥାଉ ନା କହିଁକି, ବ୍ୟକ୍ତିଗତ ସ୍ତରରେ ତେଜସ ସିଦନଲଙ୍କ ଭୂମିକା ପ୍ରଶଂସନୀୟ। ତେଜସ ମୁମ୍ବାଇରେ କାର୍ବନ କ୍ରାଫ୍ଟ ଡିଜାଇନ ଷ୍ଟାର୍ଟଅପ ପ୍ରତିଷ୍ଠା କରି ପ୍ରଦୂଷିତ ବାୟୁରୁ ଟାଇଲ ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ସେ ଏହି ଷ୍ଟାର୍ଟଅପ ପ୍ରତିଷ୍ଠା କରିଥିଲେ। ତିନୋଟି ସୋପାନରେ ସେ ଏହି ଟାଇଲ ନିର୍ମାଣ କରୁଛନ୍ତି। ପ୍ରଥମେ ପ୍ରଦୂଷିତ ବାୟର ଘନ ଧୂଆଁରୁ କାର୍ବନକଣିକା ସଂଗ୍ରହ କରାଯାଉଛି। ତାହାକୁ ପ୍ରୋସେସ କରାଯାଇ ଶେଷରେ ଟାଇଲ ତିଆରି ହେଉଛି। ଅନ୍ୟସବୁ ଟାଇଲ ନିର୍ମାଣରେ ଯେତିକି ଶକ୍ତି ଉପଯୋଗ ହେଉଛିି ତା’ ତୁଳନାରେ ଏଥିତ୍ରେ ୫ ଭାଗରୁ ଭାଗେ ଶକ୍ତି ଆବଶ୍ୟକ ପଡୁଛି। ଗୋଟିଏ ଟାଇଲ ତିଆରି କରିବା ଯୋଗୁ ପ୍ରଦୂଷିତ ବାୟୁରୁ ୩୦,୦୦୦ଲିଟର କାର୍ବନ କମାଯାଇପାରୁଛି। ଏହି ପଦ୍ଧତି ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ। ଟାଇଲ୍‌ ନିର୍ମାଣରେ ତେଜସ ବହୁ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। ଏଣୁ ତେଜସଙ୍କ ପଦ୍ଧତିକୁ ବ୍ୟାପକ କରାଗଲେ ଭାରତର ସହରଗୁଡ଼ିକରୁ ବହୁମାତ୍ରାରେ ପ୍ରଦୂଷଣ କମାଯାଇପାରିବ।