ଏଇ ଭାରତରେ

ଟ୍ରାନ୍ସଜେଣ୍ଡର ହୋଇ ବି ସେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଲୋକଙ୍କ ଟାହିଟାପରାକୁ ଖାତିର ନ କରି ସେ ଏବେ ହୋଇପାରିଛନ୍ତିି କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା ଡାକ୍ତର। ତାଙ୍କ ନାମ ଥିଲା ଜିନୁ, କିନ୍ତୁ ଡାକ୍ତର ହେବା ପରେ ସେ ସର୍ଜରି ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ଝିଅ ପାଲଟି ଯାଇଛନ୍ତି । ଏହା ପରେ ସେ ତାଙ୍କର ନାଁ ପରିବର୍ତ୍ତନ କରି ପ୍ରିୟା ରଖିଛନ୍ତି । କେରଳର କେଲ୍ଲମରେ ଥିବା ଏସ୍‌ଏନ୍‌ ପବ୍ଲିକ ସ୍କୁଲରେ ପଢୁଥିବା ସମୟରେ ଜାଣି ପାରିଥିଲେ କି ସେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇ ଜନ୍ମ ହୋଇଛନ୍ତି। କିନ୍ତୁ ପ୍ରିୟା ସମାଜରେ ଏକ ଭିନ୍ନ ପରିଚୟ ନେଇ ବଞ୍ଚିବାକୁ ଚାହୁଁଥିଲେ। ତେଣୁ ସେ ୨୦୧୨ ମସିହାରେ କର୍ନାଟକର କେବିଜି ଆୟୁର୍ବେଦିକ କଲେଜରୁ ଡିଗ୍ରୀ ହାସଲ କରିବାପରେ ତ୍ରିଶୁରର ସୀତାରାମ ଆୟୁର୍ବେଦିକ ହସ୍ପିଟାଲରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।