ଏଇ ଭାରତରେ

ନବମ ଶ୍ରେଣୀର ଛାତ୍ର ରିଶଭ ପ୍ରସୋଭଙ୍କ ମାନସିକତାକୁ ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ଲାଗେ। ବେଙ୍ଗାଲୁରୁର ୧୪ ବର୍ଷ ବୟସର ଏହି ଛାତ୍ର ଜଳ ଅପବ୍ୟୟ ରୋକିବାରେ ଲାଗିଛନ୍ତି। ତାଙ୍କ ଆଖପାଖ ଲୋକଙ୍କ ଘରେ ତଥା ଅନେକ ହଷ୍ଟେଲ ଓ ସ୍କୁଲରେ ଟ୍ୟାପ୍‌ଗୁଡ଼ିକରେ ଏରଟର ଲଗାଇ ଜଳ ସଂରକ୍ଷଣ କରିବାର ବାଟ ଦେଖାଉଛନ୍ତି। ୨୦୫୦ ସୁଦ୍ଧା ଜଳ ସଙ୍କଟ ଦେଖାଯିବ ଓ ଭାରତରେ ମୁଣ୍ଡପିଛା ଜଳ ବ୍ୟବହାର ବହୁତ କମିଯିବ ବୋଲି ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହାକୁ ଲକ୍ଷ୍ୟ କରି ରିଶଭ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଏକାଡେମୀ ଫର୍‌ ଲର୍ନିଂର ଛାତ୍ର ରିଶଭ ‘ଜଳ ମିଶନ’ନାମରେ ତାଙ୍କ ଅଭିଯାନ ଚଳାଇଛନ୍ତି। ଏହା ମାଧ୍ୟମରେ ସେ ବର୍ଷକ ମଧ୍ୟରେ ୭୦ ଲକ୍ଷ ଲିଟର ପାଣି ବଞ୍ଚେଇସାରିଲେଣି। ଏରଟର ଲଗାଇବା ଦ୍ୱାରା ପ୍ରତି ମିନିଟରେ ଗୋଟିଏ ଟ୍ୟାପରୁ ଯେତିକି ପାଣି ବାହାରିବା କଥା ତା’ର ଅଧା ବାହାରୁଛି। ଏହାଦ୍ୱାରା ମାସକୁ ୧,୨୭୪ ଲିଟର ଜଳ ବଞ୍ଚାଯାଇପାରୁଛି। କେବଳ ସେ ରହୁଥିବା ଆପାର୍ଟମେଣ୍ଟରେ ୨୦ଲକ୍ଷ ଲିଟର ଜଳ ବଞ୍ଚାଇବା ସହ ଓ୍ବାଟର ବିଲ୍‌ ବି କମାଇ ପାରିଛନ୍ତି। ରିଶଭ ଏହି ଅଭିଯାନକୁ ଦେଶର ବିଭିନ୍ନ ସହରର ସ୍କୁଲ, ହଷ୍ଟେଲ, ସିନେମା ଘର ଓ ମଲ୍‌ଗୁଡ଼ିକରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। କେବଳ ଏତିକି ନୁହେଁ, ବେଙ୍ଗାଲୁରୁୁ ଶୁଷ୍କ ଜଳଉତ୍ସଗୁଡ଼ିକରେ ଜଳ ସଂରକ୍ଷଣ ପାଇଁ ବି ଏକାଧିକ ଏନଜିଓ ସହ ଯୋଗାଯୋଗରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri