ଏଇ ଭାରତରେ

ଗ୍ରୀଡ୍‌ବିଦ୍ୟୁତ୍‌ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ଏମିତି ଏକ ଭଲ ଖବର ନେଇ ଆସିଛନ୍ତି ଉତ୍ତରପ୍ରଦେଶର ମୟଙ୍କ ଚୌଧୁରୀ। ଗାଜିଆବାଦରେ ରହନ୍ତି ମୟଙ୍କ। ସେ ତାଙ୍କ ଘରେ ବିଗତ ଦୁଇ ବର୍ଷ ହେବ ଅନ୍‌-ଗ୍ରୀଡ୍‌ ସୋଲାର ପ୍ୟାନେଲ ଲଗାଇ ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଓ ବିଦ୍ୟୁତ ବିଲ୍‌ ବାବଦରେ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ କରିପାରିଛନ୍ତି। ତାଙ୍କ ଅଗଣାରେ ଲଗାଯାଇଥିବା ଦୁଇଟି ପ୍ୟାନେଲରୁ ଉତ୍ପାଦିତ ବିଦ୍ୟୁତ୍‌ରେ ତାଙ୍କ ଘରର ଆବଶ୍ୟକ ବିଦ୍ୟୁତ୍‌ ଭରଣା କରୁଛନ୍ତି। ଏଥିରୁ ସେ ୬,୫୦୦ ଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି। ପ୍ରଥମ ପ୍ୟାନେଲ୍‌ରେ ୮ଟି ଓ ଦ୍ୱିତୀୟରେ ୧୨ଟି ସୋଲାର ପ୍ଲେଟ୍‌ ସେ ଲଗାଇଛନ୍ତି। ଏଥିତ୍ରେ କୌଣସି ବ୍ୟାଟେରି ବି ବ୍ୟବହାର କରାଯାଇନାହିଁ। ସବୁଠୁ ବଡ଼କଥା ହେଉଛି ଏହା ବର୍ଷସାରା ବିଦ୍ୟୁତ ଯୋଗାଇ ଦେଉଛି। ପ୍ୟାନେଲ୍‌ର ଓ୍ବାରେଣ୍ଟି ୨୫ ବର୍ଷ ଓ ଇନ୍‌ଭର୍ଟର୍‌ର ଓ୍ବାରେଣ୍ଟି ୭ ବର୍ଷ ବୋଲି କହନ୍ତି ମୟଙ୍କ। ସୋଲାର ସେଟ୍‌ ପାଇଁ ୩.୫ ଲକ୍ଷ ବ୍ୟୟ କରିବାକୁ ପଡୁଛି। ପାଞ୍ଚଦିନରେ ଏହା ସମ୍ପୂର୍ଣ୍ଣ ହୋଇଯାଉଛି। ମିଟର ଇଲେକ୍ଟ୍ରି ବୋର୍ଡ ବସାଉଛି ଓ ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌ ଇଲେକ୍ଟ୍ରି ଗ୍ରୀଡ୍‌ରେ ଷ୍ଟୋର ହେଉଛି। ଏଭଳି ସୋଲାର ପ୍ୟାନେଲ ତାଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ବସାଇସାରିଛନ୍ତି ଓ ଏହାକୁ ସେ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି।