ଏଇ ଭାରତରେ

ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀଙ୍କ ମହାନତା ଏବେ ସାମ୍‌ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ ଏନ୍‌ .ଉଦୟ ରେଡ୍ଡୀ ଆଡିଲାବାଦ ଜିଲା ଜମଡା ଗାଁର ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେଉଛନ୍ତି। ଚକ୍ଷୁ ଚିକିତ୍ସା ଲାଗି ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପଞ୍ଜୀକରଣ କରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୦ ଜଣଙ୍କର ଏବେ ସୁଦ୍ଧା ଚିକିତ୍ସା କରାଯାଇ ସାରିଲାଣି। ପୀଡିତ ଗ୍ରାମବାସୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ସକ୍ଷମ ହୋଇ ନ ଥିତ୍ବାରୁ ରେଡ୍ଡୀ ନିଜ ଦରମାରୁ ଏ ବାବଦରେ ବ୍ୟୟ କରୁଛନ୍ତି। ରେଡ୍ଡୀଙ୍କ ପରିବାର ବି ଏଥିପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଏହି ଗାଁ ସହରାଞ୍ଚଳରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରେ ବହୁ କଷ୍ଟ ସ୍ବୀକାର କରିଥାନ୍ତି। ନଭେମ୍ବର,୨୦୨୦ରେ ୩୦ ବର୍ଷୀୟ ରେଡ୍ଡୀ ସେଠାକୁ କ୍ଷେତ୍ର ପରିଦର୍ଶନରେ ଯାଇଥିବାବେଳେ ମୋତିଆବିନ୍ଦୁ ଯୋଗୁ ଦୃଷ୍ଟିଶକ୍ତି ହରାଇଥିବା ସେହି ଗାଁର ୨୦ ଜଣଙ୍କ ଚିକିତ୍ସା ପାଇଁ ସୁବିଧା କରିବାକୁ ତାଙ୍କୁ ଜଣେ ଗ୍ରାମବାସୀ ଲିଖିତ ଆବେଦନ କରିଥିଲେ। ପରେ ସେମାନଙ୍କୁ ସେ ଏଭଳି ସେବା ଯୋଗାଇବା ଆରମ୍ଭ କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ମୋଟରେ ୩୦୦ ଜଣ ତାଙ୍କ ଦ୍ୱାରା ଉପକୃତ ହୋଇସାରିଛନ୍ତି। ଦୁର୍ଗମ ଅଞ୍ଚଳର ଅନ୍ୟ ଗାଁଗୁଡିକରେ ମଧ୍ୟ ଚକ୍ଷୁ ରୋଗ ପୀଡିତଙ୍କୁ ଚିହ୍ନଟ କରିବା ଲାଗି ସେ ତାଙ୍କ ଅଭିଯାନ ଜାରି ରଖିତ୍ଛନ୍ତି।