ଏଇ ଭାରତରେ

କୋଭିଡ୍‌ ମହାମାରୀରେ କୋଟି କୋଟି ଲୋକ ଚାକିରି ହରାଇଛନ୍ତିି। ଦିନ ମଜୁରିଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କେରଳର ଦିନମଜୁରିଆ ସଗୀର ଉପହାର ତାଙ୍କ ସାହସ ହରାଇନାହାନ୍ତି, ବରଂ ନିଜ ଘରେ କୁଣ୍ଡରେ ମାଛଚାଷ କରି ୩୦୦ କେ.ଜି. ମାଛ ବିକ୍ରି କରିବା ସହ ଅଗଣାରେ ଆକ୍ୱାଫୋନିକ୍ସ(ମାଟି ବିନା କେବଳ ପାଣିରେ ଚାଷ)ରେ ପରିବା ଉତ୍ପାଦନ କରିବାରେ ଲାଗିଛନ୍ତି। ଥ୍ରିସୁର ଜିଲା ନିବାସୀ ସଗୀରଙ୍କ ବୟସ ୩୭। ପେଣ୍ଡାଲ ଶ୍ରମିକ ଭାବେ କାର୍ଯ୍ୟ କରୁଥିତ୍ବା ସଗୀର ରୋଜଗାର ହରାଇବା ପରେ ଲକ୍‌ଡାଉନ୍‌ ସମୟରେ ମାଛ ଓ ପରିବା ଚାଷ ଆରମ୍ଭ କରିଛନ୍ତି। ସେ ୟୁଟ୍ୟୁବ୍‌ରୁ ମାଛଚାଷ ସମ୍ପର୍କରେ ଜାଣିବାପରେ ଫିଶ୍‌ ନର୍ସରି ସହ ଯୋଗାଯୋଗ କରି ଟିଲାପିଆ (ଏକ ପ୍ରକାର କଉ ମାଛ) ମାଛ ଆଣି ୧୦,୦୦୦ ଲିଟର ଟାଙ୍କିରେ ଚାଷ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ମାଛରୁ ଯାହା ଆୟ କରିଛନ୍ତି ସେଥିରେ ମାଛଚାଷ ବଢ଼ାଇବା ଲାଗି ଯୋଜନା କରିଛନ୍ତି। ଆକ୍ୱାଫୋନିକ୍ସ ଓ ମାଛଚାଷ କରିବା ପାଇଁ ଯୁବକମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରୁଛନ୍ତି।