ଏଇ ଭାରତରେ

ସାଇବର ଠକମାନେ ଅନ୍‌ଲାଇନ୍‌ ବ୍ୟବହାରକାରୀଙ୍କୁ ଠକଉଥିବାର ଅସଂଖ୍ୟ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି। ଘଟଣା ଘଟିବା ପରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାଇବର ପୋଲିସର ଆଶ୍ରୟ ନେଉଛନ୍ତି। ଅନେକ କ୍ଷେତ୍ରରେ ଠକଙ୍କୁ ଧରାଯାଇପାରୁ ନାହିଁ। ପୂର୍ବରୁ ବ୍ୟାଙ୍କ ଡକାୟତି ବିଷୟରୁ ଶୁଣୁଥିଲୁ। ବର୍ତ୍ତମାନ ଅଧିକ ମାତ୍ରାରେ ଏଟିଏମ୍‌ ଲୁଟ୍‌ ହେଉଛି। ସିଧାସଳଖ ଅର୍ଥ ରହୁଥିବା ମେଶିନ୍‌ଟିକୁ କାବୁ କରିଦେଲେ ଡକାୟତ ମାଲାମାଲ ହୋଇଯିବାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରରେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ବା ଅତ୍ୟାଧୁନିକ ପ୍ରଯୁକ୍ତି କୌଶଳ ପ୍ରୟୋଗ କରି ବ୍ୟାଙ୍କ ଗ୍ରାହକଙ୍କ ଅର୍ଥକୁ ଲୁଟେରା ନେବାରେ ସକ୍ଷମ ହେଉଛନ୍ତି। ହେଲେ ଏବେ ଯେଉଁ ଘଟଣା ରାଜସ୍ଥାନର ଉଦୟପୁରରେ ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ଉଦୟପୁରର ମାଦ୍ରି ଶିଳ୍ପାଞ୍ଚଳରେ ଥିବା ଏଟିଏମ୍‌କୁ କେତେଜଣ ଲୋକ ଉପାଡ଼ି ନେବାକୁ ଯୋଜନା କଲେ। ସେମାନେ ରାତି ଦେଢ଼ଟାରୁ ଦୁଇଟା ମଧ୍ୟରେ ଏକ ଦଉଡ଼ିକୁ ଏଟିଏମ୍‌ରେ ବାନ୍ଧି ଦେଇ ଜିପ୍‌ରେ ଲଗାଇ ଟାଣି ନେବାରୁ ତାହା ଉପୁଡ଼ି ଯାଇଥିଲା। ସେଥିରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିଲା। ପୋଲିସ ସିସିଟିଭି ଯାଞ୍ଚ କରି ଡକାୟତଙ୍କ ସହ ଜିପ୍‌କୁ ଧରିଛି।