ଏଇ ଭାରତରେ

ମାତ୍ର ୧୬ ବର୍ଷ ବୟସରେ ଉତ୍ତରପ୍ରଦେଶର ସମୀରା ଜଲାନ୍‌ଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍‌ ପ୍ରଭାବିତ କରିପାରିଛି। ସମୀରାଙ୍କ ଘର ଗୋରଖପୁରରେ। ତାମିଲନାଡୁର ଇଣ୍ଟର୍‌ନ୍ୟାଶନାଲ ସ୍କୁଲ ଅଫ୍‌ କୋଡାଇକେନାଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ଲକ୍‌ଡାଉନ ସମୟରେ ଘରକୁ ଆସି କମ୍‌ ଦିନରେ ପିିନ୍‌ଥ୍ରେଡ ସଂସ୍ଥା ଗଢ଼ି ତା’ ମାଧ୍ୟମରେ ଅଦରକାରୀ ପୋଷାକରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି। ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି। ଏପରି କି ସମୀରା କୋଭିଡ୍‌ ମହାମାରୀରେ ସ୍କୁଲ ବନ୍ଦଥିଲାବେଳେ ବହୁ ପିଲାଙ୍କୁ ସିଲାଇ ଶିକ୍ଷା ଦେଇଛନ୍ତି। ପିନ୍‌ଥ୍ରେଡରେ ମାସ୍କ, ହଟ୍‌ ଓ୍ବାଟର ବ୍ୟାଗ୍‌, ପୋଟଳି ବ୍ୟାଗ୍‌, ଲାପଟପ୍‌ କଭର, ଶୁକଭର, ଲଣ୍ଡ୍ରି ବ୍ୟାଗ ଆଦି ତିଆରି କରାଯାଉଛି। ସେପ୍ଟେମ୍ବର ୨୦୨୦ରେ ପିନ୍‌ଥ୍ରେଡ ତା’ର ପ୍ରଥମ ଉପତ୍ାଦ ତିଆରି କରିବା ପରେ ସମୀରା ସେଗୁଡ଼ିକୁ ତାଙ୍କ ବନ୍ଧୁ ଓ ପରିବାରକୁ ଦେଇଥିଲେ। ତା’ପରଠାରୁ ପିନ୍‌ଥ୍ରେଡ ଏବେ ସୁଦ୍ଧା ୧.୨ ଲକ୍ଷ ଟଙ୍କା ଆୟ କରିପାରିଛି ଏବଂ ଏହାର ମହିଳା ସଦସ୍ୟମାନେ ସପ୍ତାହକୁ ୭୦୦ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସେମାନେ ଦିନକୁ ମାତ୍ର ଦୁଇଘଣ୍ଟା କାମ କରୁଛନ୍ତି। ଶିକ୍ଷା ସହ ଏହି କାର୍ଯ୍ୟ ଜାରି ରଖିତ୍ବେ ବୋଲି କହିଛନ୍ତି ସମୀରା।