ଏଇ ଭାରତରେ

ପଞ୍ଜାବର ଜଣେ ଛତୁଚାଷୀଙ୍କ ବାର୍ଷିକ ଆୟ ବିଷୟରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଟଣ୍ଡା ଗଁାର ସଞ୍ଜୀବ ସିଂ ବର୍ଷକୁ ୨ ହଜାର ଟନ୍‌ ଛତୁ ଉତ୍ପାଦନ କରି ଆୟ କରୁଛନ୍ତି ୧.୨୫ କୋଟି ଟଙ୍କା। ଏଥିପାଇଁ ତାଙ୍କୁ ପଞ୍ଜାବ ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଲୋକେ ଡାକୁଛନ୍ତି ‘ମସରୁମ୍‌ କିଙ୍ଗ୍‌ ଅଫ୍‌ ପଞ୍ଜାବ’ ବା ପଞ୍ଜାବର ଛତୁ ରାଜା। ଏଭଳି ଉପାଧି ପାଇବାକୁ ସେ ଯୋଗ୍ୟ, କାରଣ ସେ ଚାଷରେ କେବଳ ଜୈବିକ ଖତ ଉପଯୋଗ କରୁଛନ୍ତି। ୨୫ ବର୍ଷ ବୟସରୁ ସେ ଛତୁଚାଷ ଆରମ୍ଭ କରିଥିଲେ ତାଙ୍କ ଅଗଣାରେ। ପରେ ଏହାକୁ ବଢାଇ ଏବେ ୧୫୦୦ ବର୍ଗଫୁଟ (ପାଖାପାଖି ୨ ଏକର) ଜମିରେ ଚାଷ କରୁଛନ୍ତି।
ସେ ଏହି ପରିମିତ ଜମିରେ ନିର୍ମିତ କୋଠାଘରେ ଷ୍ଟିଲ ର଼୍ୟାକ ଲଗାଇ ସେଥିରେ ଭର୍ଟିକାଲ ଫାର୍ମିଂ ବ୍ୟବସ୍ଥା କରିଛନ୍ତି। ସଞ୍ଜୀବଙ୍କ ବୟସ ୫୪।୧୯୯୧ରେ ଆରମ୍ଭ କରିଥିବା ଏହି ଛତୁଚାଷ ଉପରେ ଗବେଷଣା କରିବା ସହ ମଞ୍ଜି ପ୍ରସ୍ତୁତ କରିଛନ୍ତି ଓ ପଞ୍ଜାବ ସମେତ ପଡୋଶୀ ରାଜ୍ୟକୁ ଯୋଗାଉଛନ୍ତି। ଭର୍ଟିକାଲ ଫାର୍ମିଂ ପଦ୍ଧତିରେ ଚାଷ କରିବା ଯୋଗୁ ମାତ୍ର ୨ ଏକର ଜମିରୁ ଯେତିକି ଛତୁ ଉତ୍ପାଦନ କରୁଛନ୍ତି ତାହା ପାରମ୍ପରିକ ପଦ୍ଧତିରେ ୨୦୦ ଏକରରୁ ଉତ୍ପାଦନ ହେବ। ସେ ସ୍ଥାନୀୟ ଅଞ୍ଚଳରେ କମ୍‌ ଜମିରୁ ଅଧିକ ଉତ୍ପାଦନ ସମ୍ପର୍କରେ ଅନ୍ୟ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।