ଏଇ ଭାରତରେ

ପିଲାଟିର ନାମ ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ସେ କୋଲକାତାର ସେଣ୍ଟ୍‌ ଜେମ୍ସ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଛନ୍ତି। ତନୟ କପଡ଼ା ଫ୍ୟାକ୍ଟ୍ରିରୁ ଅଦରକାରୀ କପଡ଼ା ସଂଗ୍ରହ କରି ସେଥିତ୍ତ୍ରେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରି ଏବେ ସୁଦ୍ଧା ୨୫୦୦ ପିଲାଙ୍କୁ ପୋଷାକ ଯୋଗାଇ ସାରିଲେଣି। ପୋଷାକ ତିଆରି କରିବାରେ ସେ କୋଲକାତାର ବିଭିନ୍ନ ସ୍ଥାନରେ ୬୮ ଜଣ କାରିଗରଙ୍କୁ ନିଯୁକ୍ତି ଦେଇଛନ୍ତି। ତନୟ ତାଙ୍କ ବାପାଙ୍କ କପଡ଼ା ଫ୍ୟାକ୍ଟ୍ରିକୁ ବୁଲିଯିବା ସମୟରେ ଅଦରକାରୀ କପଡ଼ା ସବୁ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ପାଇଥିଲେ। ପରେ ସେ ଏହାକୁ ସିଲାଇ କରି ଅସହାୟ ପିଲାମାନଙ୍କ ପାଇଁ ପୋଷାକ ତିଆରି କରିବାକୁ ଯୋଜନା କରିଥିଲେ। କର୍ତ୍ତାନ ଫାଉଣ୍ଡେଶନ ନାମରେ ଏକ ସଂସ୍ଥା ଗଢ଼ିି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି। ତନୟ ୩୫୦୦ ମିଟର କପଡ଼ାର ପୁନଃ ଉପଯୋଗ କରି ସାରିଲେଣି। ସେଥିରୁ ପ୍ରସ୍ତୁତ ପୋଷାକଗୁଡ଼ିକୁ କୋଲକାତା, ଗୁଆହାଟୀ ସହରରେ ଅସହାୟ ପିଲାମାନଙ୍କୁ ବାଣ୍ଟୁଛନ୍ତି। ଗୋଟିଏ ପୋଷାକ ସିଲାଇ କରି ତାହାକୁ ପିଲାଙ୍କ ପାଖରେ ପହଞ୍ଚାଇବା ଲାଗି ୨୦୦ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ଖର୍ଚ୍ଚ ସେ ଅନୁଦାନରୁ ପ୍ରାପ୍ତ ଟଙ୍କାରେ ଭରଣା କରୁଛନ୍ତି। ଅସହାୟ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ପୋଷାକ ବଣ୍ଟନ କରିବାରେ ତାଙ୍କ ପରିବାର ସଦସ୍ୟ ଓ କେତୋଟି ଏନ୍‌ଜିଓ ସାହାଯ୍ୟ କରୁଛନ୍ତି।