ଏଇ ଭାରତରେ

ଭୀମା ଚାଲଓ୍ବାଡିଙ୍କ ସାହସର ଗାଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଗୋଆର ଭାସ୍କୋ ନିବାସୀ ସମ୍ପୃକ୍ତା ମହିଳାଙ୍କୁ ୧୫ ବର୍ଷ ବୟସରେ ଜଣେ ଦେହଜୀବୀ ହେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେ ସେଥିରୁ ମୁକୁଳି ଏବେ ୮୦୦ କମ୍‌ ବୟସର ଦେହଜୀବୀଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଏବେ ଭୀମାଙ୍କୁ ୩୫ ବର୍ଷ। କେବଳ ଶିଶୁମାନଙ୍କୁ ସେ ଉଦ୍ଧାର କରୁନାହାନ୍ତି, ବହୁ ମହିଳାଙ୍କୁ ବି ଏହି ଭୟଙ୍କର ପରିସ୍ଥିତିରୁ ମୁକାଳି ଥଇଥାନ କରିଛନ୍ତି। ଏଭଳି ଏକ ଦିନ ତାଙ୍କ ପାଇଁ ଆସିବ ବୋଲି ସେ ୨୦ ବର୍ଷ ତଳେ କେବେବି ଚିନ୍ତା କରିନଥିଲେ। ପ୍ରଥମେ ଜଣେ ଦେବଦାସୀ ହେବା ପରେ ତାଙ୍କ ମାତାପିତା ତାଙ୍କୁ ଦେହଜୀବୀ ଭାବେ ଜୀବନ ଜିଇବାକୁ ଭାସ୍କୋର ରେଡ୍‌ ଲାଇଟ୍‌ ଏରିଆକୁ ପଠାଇ ଦେଇଥିତ୍ଲେ। ସେଠାରୁ ଖସି ଆସିବା ଲାଗି ଭୀମା ଦୁଇ ତିନି ଥର ଚେଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲେ। କିନ୍ତୁ ୨୦୦୩ରେ ସେହି ଅଞ୍ଚଳରେ କ୍ରାଇମ୍‌ ବ୍ରାଞ୍ଚ ଚଢ଼ାଉ କରିବା ପରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ ଏକ ଏନ୍‌ଜିଓରେ କାମକଲେ। ପରେ ସେ ଦେବଦାସୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରି ଦେହଜୀବୀ ହେବାକୁ ବାଧ୍ୟ କରାଯାଉଥିବା ଝିଅମାନଙ୍କୁ ଚିହ୍ନଟ କରି ଉଦ୍ଧାର କରିବାରେ ଲାଗିଲେ। ନିଜେ କିଛି ପଢ଼ି ନ ଥିଲେ ବି ସେମାନଙ୍କୁୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି।