ଏଇ ଭାରତରେ

ଆସାମର ମାଜୁଲିରେ ରହନ୍ତି ମୋମି ପେଗୁ। ପାଣିରେ ବଢୁଥିତ୍ବା କ୍ଷତିକାରକ କଲିକତି ଦଳରୁ ସେ ଖତ ପ୍ରସ୍ତୁତ କରିବା ସହ ୩୨ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ତାଙ୍କ ଗାଁ ଓ ଆଖପାଖ ମହିଳାଙ୍କୁ ଏହି ଉପାୟ ସମ୍ପର୍କରେ ପ୍ରଶିକ୍ଷଣ ବି ଦେଉଛନ୍ତି। ମୋମି ସୋସିଆଲ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଜୈବିକ ତଥା ପାରମ୍ପରିକ କୃଷି ବିଶେଷଜ୍ଞ ସମୀର ବର୍ଦୋଲୋଇଙ୍କଠାରୁ ପ୍ରଶିକ୍ଷଣ ନେଇ ୨୦୦୯ରେ ଜୈବିକ କୃଷି ଓ ଖତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୨୦୧୫ରେ ରିଗ୍‌ବୋ ଏନଜିଓ ଗଢିଥିଲେ। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ନାମାନୁସାରେ ସେ ଏହି ଏନ୍‌ଜିଓର ନାମକରଣ କରିଛନ୍ତି। ସେ ନିଜେ ଦଳରୁ ଖତ ପ୍ରସ୍ତୁତ କରି ଲୋକମାନଙ୍କୁ ଯୋଗାଇବା ସହ ସେମାନଙ୍କୁ ଜୈବିକ କୃଷି କରିବା ଲାଗି ପ୍ରୋତ୍ସାହିତ କରୁଛନ୍ତି। ପ୍ରଥମ ଦୁଇ ମାସରେ ଥରକରେ ଦଳରୁ ୧,୦୦୦ କେଜି ଖତ ପ୍ରସ୍ତୁତ କରି ମୋମି ଓ ତାଙ୍କ ଟିମ୍‌ ଏଥିତ୍ରୁ ୨.୨ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ତାହାକୁ ସେ ମହିଳାମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିତ୍ଲେ। ଏବେ ସେ ୬୦୦୦ କେଜି ଖତ ପ୍ରସ୍ତୁତ କରିବା ଲାଗି ସବୁ କାର୍ଯ୍ୟ ଶେଷ କରିଛନ୍ତି।