କୃଷିରେ ମହିଳାଙ୍କ ଭାଗୀଦାରି ବଢ଼ିବାରେ ଲାଗିଛି। କିନ୍ତୁ ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମହିଳା ଚାଷୀ କନକଲତାଙ୍କୁ ନେଇ ଚର୍ଚ୍ଚା ଜୋର। କାରଣ, ସେ ଦିନକୁ ୭ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଛନ୍ତି। କନକଙ୍କ ଘର ଭିତଲପୁରରେ। ତାଙ୍କ ବୟସ ୫୭। ସେ ଜୈବିକ ପଦ୍ଧତିରେ ଦୁର୍ଗା ଓ ଆର୍ଯ୍ୟମାନ କିସମର ଟମାଟୋ ଚାଷକରି ଏହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇବା ସହ ଓମାନ ଓ ଆମେରିକାକୁ ରପ୍ତାନି କରୁଛନ୍ତି। ଚାଷରେ କନକଙ୍କ ସ୍ବାମୀ ତାଙ୍କୁ ସହଯୋଗ କରୁଛନ୍ତି। ୨୦୧୭ରେ ମିର୍ଜାପୁରଠାରୁ ୩୦ କି.ମି. ଦୂର ଭିତଲପୁର ଗାଁରେ ସେ ୧.୪ ଏକର ଜମିରେ ପ୍ରଥମେ ଚାଷ ଆରମ୍ଭ କରିଥିତ୍ତ୍ଲେ। ପରେ ନ୍ୟାଶନାଲ ବ୍ୟାଙ୍କ୍ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପ୍ମେଣ୍ଟ (ନାବାର୍ଡ) ସହ ସହବନ୍ଧିତ ଚେତନ ଆଗ୍ରୋ ସେଣ୍ଟର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ରୁ ପ୍ରଶିକ୍ଷଣ ନେବା ପରେ ସେ ଜୈବିକ ପଦ୍ଧତି ଆପଣାଇଥିତ୍ଲେ। ପ୍ରଥମେ ଏଥିରେ ସେ କ୍ଷତି ସହିଥିଲେ । ଏବେ କିନ୍ତୁ ସେ ଆଧୁନିକ ପ୍ରଣାଳୀରେ ଚାଷ କରି ଦିନକୁ ୭ କୁଇଣ୍ଟାଲ ଟମାଟୋ ଉତ୍ପାଦନ କରୁଛନ୍ତି। ତାଙ୍କ ଉତ୍ପାଦିତ ଟମାଟୋର ବିଶେଷ ଗୁଣ ହେଉଛି ତାହା ବିନା ରେଫ୍ରିଜରେଟରରେ ୨ ସପ୍ତାହ ଯାଏ ରହିପାରୁଛି। ଉତ୍ପାଦନ ବଢ଼ିବା ପରେ ଏବେ କନକ ମାସକୁ ଏଥିରୁ ୨.୫ ଲକ୍ଷ ଟଙ୍କା ଲାଭ କରିବାକୁ ଆଶା ରଖିଛନ୍ତି। ଆଗକୁ ସେ ଷ୍ଟ୍ରବେରି, ଡ୍ରାଗନ୍ଫ୍ରୁଟ୍ସ, ବ୍ଲାକ୍ ଟମାଟୋ ଓ କ୍ୟାପ୍ସିିକମ୍ ଚାଷ କରିବାକୁ ଯୋଜନା ରଖିଛନ୍ତି।