ଏଇ ଭାରତରେ

ସରକାରୀ କିମ୍ବା କମ୍ପାନୀଠାରୁ ଲୋକେ ବିଦ୍ୟୁତ୍‌ ନେଇ ଦେୟ ଦେଇଥାନ୍ତି। କିନ୍ତୁ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ନିଜ ଘରେ ସୋଲାର ବିଦ୍ୟୁତ୍‌ ଉତ୍ପାଦନ କରି ସରକାରଙ୍କୁ ଦେଉଛନ୍ତି। ବେଙ୍ଗାଲୁରୁ ନିବାସୀ ପୃଥିବୀ ମନଗ୍ରୀ ତାଙ୍କ ଛାତ ଓ ଅଗଣାରେ ୫ କିଲୋଓ୍ବାଟର ସୋଲାର ପ୍ୟାନେଲ ବିଛାଇ ତାଙ୍କର ଶକ୍ତି ଆବଶ୍ୟକତା ପୂରଣ କରିବା ସହ ନିକଟସ୍ଥ ଗ୍ରୀଡ୍‌କୁ ଦେଉଛନ୍ତି। ଏ ବାବଦରେ ବେଙ୍ଗାଲୁରୁ ଇଲେକ୍ଟ୍ରିସପ୍ଲାଇ କମ୍ପାନୀ ଲିମିଟେଡ (ବିଇଏସସିଓଏମ) ପୃଥିବୀଙ୍କୁ ୟୁନିଟ୍‌ ପିଛା ୭ ଟଙ୍କା । ପ୍ରତି ୧୫ ଦିନରେ ବିଇଏସସିଓଏମ୍‌ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରୁଛି। ଦେଢ ବର୍ଷ ତଳେ ପୃଥିବୀ ସୋଲାର ବିଦ୍ୟୁତ୍‌ ଉତ୍ପାଦନ ଲାଗି କାର୍ଯ୍ୟ ଆରମ୍ଭ । ସେ ୧୫ଟି ପ୍ୟାନେଲ ପାଇଁ ୫ ଲକ୍ଷ ଖର୍ଚ୍ଚ କରିଥିଲେ। ସୋଲାର ବିଦ୍ୟୁତ ଉତ୍ପାଦନ ପରେ ତାଙ୍କ ଘରେ ବିଦ୍ୟୁତ୍‌ ବିଲ୍‌ ବାବଦ ଖର୍ଚ୍ଚ ବର୍ଷକ ମଧ୍ୟରେ ୧ ଲକ୍ଷ ଟଙ୍କା ବଞ୍ଚାଇ ପାରିଛନ୍ତି। ପୃଥିବୀ ଜଣେ ମ୍ୟୁଜିକ ପ୍ରଡ୍ୟୁସର, କିନ୍ତୁ ବିଦ୍ୟୁତ୍‌ ଉତ୍ପାଦନରେ ତାଙ୍କର ଅଭିନବ ପଦ୍ଧତି ଅନେକଙ୍କ ପାଇଁ ଉଦାହରଣ ସାଜିଛି।
ଏଭଳି ପଦ୍ଧତି ଆପଣାଇଲେ ନିଜର ଶକ୍ତି ଚାହିଦା ମେଣ୍ଟାଇବା ସହ ରାଜ୍ୟ ଓ ଦେଶର ଶକ୍ତି ଆବଶ୍ୟକତା ପୂରଣ କରାଯାଇପାରିବ ବୋଲି କହନ୍ତି ପୃଥିବୀ।