ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ କେତେକ କୃଷକ ଚାଷରେ କିଛି ଅଭିନବ ପଦ୍ଧତି ଆପଣାଇ ଫସଲ ଉପତ୍ାଦନ କରିଥାଆନ୍ତି; ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ଜଣେ ଚାଷୀ ହେଉଛନ୍ତି କେରଳର ସି.ଭି. ଭର୍ଗିସ। ଓ୍ବାୟନାଡ଼ାର ଏହି ଚାଷୀ କମ୍‌ ଜାଗାରେ ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ କେବଳ ଶୁଖିଲା ପତ୍ର ଉପଯୋଗ କରି ଜୈବିକ ପଦ୍ଧତିରେ ପ୍ରଚୁର ଟମାଟୋ, ଗାଜର, ଆଳୁ ଓ ପରିବା ଉପତ୍ାଦନ କରୁଛନ୍ତି। ଭର୍ଟିକାଲ ମେସ୍‌ ଟାଓ୍ବାର ପଦ୍ଧତିରେ ସେ ୫ ଫୁଟ୍‌ ଉଚ୍ଚ ଓ ୨ ଇଞ୍ଚ ଫାଙ୍କ ଥିବା ଗୋଲାକାର ତା’ର ଜାଲି ଭିତରେ ଶୁଖିଲା ପତ୍ର ସହ ଗୋବର ଖତ, ନିମ କେକ୍‌ ଆଦି ବ୍ୟବହାର କରିଥାଆନ୍ତି। ଏଥିରେ ଖୁବ୍‌ କମ୍‌ ମାଟି ସେ ଦେଉଛନ୍ତି। ଗଛରେ ପାଣି ଦେବା ଲାଗି ଏହା ମଧ୍ୟରେ ଏକ ଛିଦ୍ରଯୁକ୍ତ ପିଭିସି ପାଇପ ରଖାଯାଉଛି। ଏହା ଦ୍ୱାରା ଚାଷରେ କମ୍‌ ପାଣି ଲାଗୁଛି। ୨୦୨୦ର ଶେଷ ଭାଗରେ ଭର୍ଗିସ ଏଭଳି ୨୦ଟି ଟାଓ୍ବାରରେ ଚାଷ ଆରମ୍ଭ କରିଥିଲେ। ଏବେ ଏଥିତ୍ରୁ ସେ ଯାହା ପରିବା ଉପତ୍ାଦନ କରୁଛନ୍ତି ସେଥିରେ ପରିବାରର ଆବଶ୍ୟକତା ପୂରଣ କରିବା ପରେ ବଳକା ପରିବା ବିକ୍ରି କରୁଛନ୍ତି। ତାଙ୍କର ଏହି ପଦ୍ଧତି କମ୍‌ ଜାଗାରେ ଘର ଅଗଣା ଓ ବାଲ୍‌କୋନିରେ ଚାଷ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ବାଟ ଦେଖାଇଛି।