ଏଇ ଭାରତରେ

ଚାର୍ଜ ବାବଦରେ ମାତ୍ର ୫୦ ଟଙ୍କା ଖର୍ଚ୍ଚ କଲେ ଇ-ସାଇକେଲ ଯାଉଛି ୧୦୦୦କି.ମି. ।
ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ସାଇକେଲକୁ ଯେ କୌଣସି ସ୍ଥାନରେ ଫୋନ୍‌ କିମ୍ବା ଲାପ୍‌ଟପ୍‌ ଭଳି ଚାର୍ଜ୍‌ କରାଯାଇପାରୁଛି। ପୁଣେର ଇଭି ଷ୍ଟାର୍ଟଅପ ନିର୍ମାଣ କରିଛି ଏଭଳି ଇ-ସାଇକେଲ। ଅତୁଲ୍ୟ ମିତ୍ତଲ ୨୦୧୫ରେ ନେକ୍ସଜୁ ମୋବିଲିଟି ଇଭି ଷ୍ଟାର୍ଟଅପ ପ୍ରତିଷ୍ଠା କରିବାପରେ ବହୁ ଗବେଷଣା କରି ଦୁଇ ପ୍ରକାର ଇ-ସାଇକେଲ ନିର୍ମାଣ କରିଛନ୍ତି। ଏହି ସାଇକେଲ୍‌ରେ ଦୁଇଟି ବ୍ୟାଟେରି ଓ ଦୁଇଟି ଇଲେକ୍ଟ୍ରିକ ଡିଶ୍‌ ବ୍ରେକ୍‌ ରଖାଯାଇଛି। ଅତୁଲ୍ୟ ହାର୍ଭାର୍ଡ ବିଜ୍‌ନେସ ସ୍କୁଲରେ ଶିକ୍ଷା ଶେଷ କରି ପ୍ରଥମେ ଭାରତରେ ପାପା ଜନ୍ସ ନାମକ ପିଜା ଚେନ୍‌ ଆରମ୍ଭ କରିଥିଲେ। ପରେ ସେ ଇଲେକ୍ଟ୍ରିକ ଭେହିକିଲ କ୍ଷେତ୍ରକୁ ଆସିଥିଲେ। ରୋଡଲାର୍କ ଏବଂ ରୋମ୍ପୁସ ପ୍ଲସ ନାମରେ ଦୁଇ ପ୍ରକାର ଇ- ସାଇକେଲର ମୂଲ୍ୟ ୩୦ରୁ ୪୦ ହଜାର ଟଙ୍କା ମଧ୍ୟରେ ରହୁଛି। ସେ ମଧ୍ୟ ଇ-ସ୍କୁଟର ନିର୍ମାଣ କରୁଛନ୍ତି, ଯାହା ୧୦ ଟଙ୍କା ବ୍ୟୟରେ ଚାର୍ଜ କଲେ ଯାଉଛି ୪୫ କି.ମି.।