ଏଇ ଭାରତରେ

୧୪ ବର୍ଷ ବୟସରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି ଉତ୍ତରପ୍ରଦେଶର ଅମର ପ୍ରଜାପତି। ସେ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ରେ କରୋନା ଯୋଗୁ ଲକ୍‌ଡାଉନ ଲାଗୁ ହେବା ପରେ ସେ ତାଙ୍କ ଗ୍ରାମର ଲୋକଙ୍କୁ ନିଯୁକ୍ତି ହରାଇବା ଲକ୍ଷ୍ୟ କରିଥିତ୍ଲେ। ଗୋରଖପୁରର ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି(ଜିଆଇଡିଏ) ଦ୍ୱାରା ଆୟୋଜିତ ଅନ୍‌ଲାଇନ ଏଲ୍‌ଇଡି ଲାଇଟ ତିଆରି କରିବାର ଶିକ୍ଷା ଲାଭ କରି ଏକ ଏଲ୍‌ଇଡି ମାନୁଫାକ୍‌ଚରିଂ କମ୍ପାନୀ ଆରମ୍ଭ କରିଛନ୍ତି। ତାଙ୍କ କମ୍ପାନୀ ନାମ ରଖିତ୍ଛନ୍ତି ଜୀବନ ପ୍ରକାଶ । ଏବେ ଏଥିତ୍ରେ ୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ବି ଅମର ଘରେ ଏଲ୍‌ଇଡି ଲାଇଟ ବଲ୍‌ବ ତିଆରି କରୁଥିତ୍ଲେ। ଏଣୁ ଏହି କାର୍ଯ୍ୟ ତାଙ୍କୁ ସହଜ ମନେ ହେଲା । ଅନ୍ୟମାନଙ୍କୁ ଏଲ୍‌ଇଡି ଲାଇଟ୍‌ ବଲ୍‌ବ ତିଆରି କରିବାର କୌଶଳ ସମ୍ପର୍କରେ ବି ପ୍ରଶିକ୍ଷଣ ଦେଉଛନ୍ତିି। ସେ ଆଗକୁ ଏଲ୍‌ଇଡି ଲ୍ୟାମ୍ପ ପୋଲ୍‌ ଏବଂ ସୋଲାର ଲ୍ୟାମ୍ପ ପୋଲ୍‌ ତିଆରି କରି ଅଧିତ୍କ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିତ୍ଛନ୍ତି। ଏହି କାର୍ଯ୍ୟରେ ଅମରଙ୍କ ପିତା ତାଙ୍କୁ ସହଯୋଗ କରୁଛନ୍ତି।