ଏଇ ଭାରତରେ

ବିଶ୍ୱାସରେ ସବୁ କିଛି ସମ୍ଭବ- ଏହି ଉକ୍ତିଟି ଏକ ମନ୍ତ୍ର ପାଲଟିଯାଇଛି ମିଜୋରାମର ଶେଲିଂ ଗାଁର କୃଷକମାନଙ୍କ କ୍ଷେତ୍ରରେ। ସେମାନେ ବିଶ୍ୱାସରେ ଦୋକାନ ଚଳାଇ ବିନା ସମସ୍ୟାରେ ରୋଜଗାର କରିଆସୁଛନ୍ତି। ଦୋକାନଗୁଡ଼ିକରେ କେହି ରହନ୍ତି ନାହିଁ। ଏହି ବ୍ୟବସ୍ଥାରେ ବହୁ ପୂର୍ବରୁ ଏକ ପ୍ରକାର ସାମାଜିକ ଦୂରତା ଜାରି ରହିଥିତ୍ବା ଲକ୍ଷ୍ୟ କରାଯାଏ। ଆଜିଓ୍ବାଲା ଜିଲାର ଶେଲିଂ ଗାଁ ପାଖଦେଇ ଯାଇଥିତ୍ବା ରାଜପଥ କଡ଼ରେ ବାଉଁଶ ନିର୍ମିତ କୁଡ଼ିଆରେ ଚାଲୁଥିବା ଏହି ଦୋକାନଗୁଡ଼ିକ ନଜରରେ ପଡ଼େ। ଏଥିରେ ପରିବା, ଫଳ, ଶୁଖୁଆ ଏବଂ ମଧୁରଜଳ ଗେଣ୍ଢା ରଖାଯାଇଥାଏ। କିନ୍ତୁ ଏହି ଜିନିଷଗୁଡ଼ିକୁ ବିକ୍ରି କରିବା ପାଇଁ ଦୋକାନରେ କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ପାଇବେ ନାହିଁ। କୃଷି ଶ୍ରମିକମାନଙ୍କୁ କାମରେ ଲଗାଇବା ଲାଗି କୃଷକମାନଙ୍କ ପାଖରେ ସମ୍ବଳର ଅଭାବ ରହିଥିବା ଯୋଗୁ ସେମାନେ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟ ଦୋକାନରେ ନ ରହି କାମରେ ଲାଗିଯାଆନ୍ତି। କୃଷକମାନେ ପ୍ରତିଦିନ ସେମାନଙ୍କ କ୍ଷେତକୁ ଯିବା ପୂର୍ବରୁ ଦୋକାନରେ ପରିବା, ଫଳ ଆଦି ରଖିଦେଇଯାଆନ୍ତି। ସେଠାରେ ସେମାନେ ସବୁ ସାମଗ୍ରୀର ମୂଲ୍ୟ ଏକ ସାଇନ୍‌ବୋର୍ଡରେ ଲେଖି ଝୁଲାଇ ଦିଅନ୍ତି। ନିକଟରେ ବି ପେମେଣ୍ଟ ବକ୍ସ ରଖିଦିଅନ୍ତି; ଯେଉଁଥିରେ ଗ୍ରାହକମାନେ ଜିନିଷ ନେବା ପରେ ଟଙ୍କା ରଖିତ୍ଥାନ୍ତି। ଦିନସାରା ଦୋକାନଗୁଡ଼ିକ ଖୋଲା ରହେ ଓ ଗ୍ରହକମାନେ ସାମଗ୍ରୀ ନେଇଥାଆନ୍ତି। ଯଦି ଖୁଚୁରା ଦରକାର ପଡ଼େ, ତେବେ ଗ୍ରାହକମାନେ ତାହା ପେମେଣ୍ଟ ବକ୍ସରୁ ନେଇଥାଆନ୍ତି। ବହୁ ସମୟରେ ଲୋକମାନେ ଏଭଳି ବ୍ୟବସ୍ଥା ଦେଖି କୃଷକମାନଙ୍କ ପାଇଁ ଅଧିକ ଟଙ୍କା ବି ପେମେଣ୍ଟ ବକ୍ସରେ ରଖି ଦିଅନ୍ତି।