ଏଇ ଭାରତରେ

ଗ୍ରାମାଞ୍ଚଳ ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଲାଗି ଉତ୍ତରପ୍ରଦେଶର ପ୍ରଭାତ ସକ୍‌ସେନା ୬ଟି ଜିଲାରେ ସ୍ମାର୍ଟ କ୍ଲାସ୍‌ ଚଳାଉଛନ୍ତି। ଏଥିରେ ୩୦୦୦ ଅସହାୟ ପିଲାଙ୍କୁ ସାମିଲ କରିଛନ୍ତି। ୨୦୧୫ରୁ ସେ ଏହି କାର୍ଯ୍ୟ ‘ସୃଜନ ଏକ ସୋଚ’ ଏନ୍‌ଜିଓ ମାଧ୍ୟମରେ କରୁଛନ୍ତି। ସହରାଞ୍ଚଳରେ ପିଲାମାନେ ଯେଭଳି ଶିକ୍ଷାର ସୁବିଧା ପାଉଛନ୍ତି ସେଭଳି ମାନର ଶିକ୍ଷା ପଦ୍ଧତି ସେ ଆପଣାଇଛନ୍ତି। ତାଙ୍କ ସ୍ମାର୍ଟ କ୍ଲାସର ଛାତ୍ରମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ବି ପାରଦର୍ଶିତା ଲାଭ କରିପାରୁଛନ୍ତି । ପ୍ରଥମରୁ ଦ୍ୱାଦଶ ଯାଏ ପିଲା ତାଙ୍କ ସ୍ମାର୍ଟ କ୍ଲାସ୍‌ରେ ପଢୁଛନ୍ତି। ୬ଟି ଜିଲାର ୧୫ରୁ ଊର୍ଦ୍ଧ୍ୱ ଗଁାରେ ଚାଲିଛି ସ୍ମାର୍ଟ କ୍ଲାସ୍‌ । ସେ ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛନ୍ତି। ପ୍ରଭାତଙ୍କ ସହ ତାଙ୍କର ଅନେକ ବନ୍ଧୁ ଏହି ଅଭିଯାନରେ ଯୋଡ଼ି ହୋଇଛନ୍ତି ଓ ଏ ବାବଦର ସମସ୍ତ ଖର୍ଚ୍ଚର ୭୦% ସେମାନଙ୍କ ଦରମାରୁ ଦେଉଛନ୍ତି। ଆଉ ଯାହା ଦରକାର ତାହା କର୍ପୋରେଟ ପାର୍ଟନରଙ୍କଠାରୁ ଗ୍ରହଣ କରୁଛନ୍ତି। ୨୦୨୧ ସୁଦ୍ଧା ୪୦ଟି ଗାଁକୁ ସ୍ମାର୍ଟ କ୍ଲାସ୍‌ ସମ୍ପ୍ରସାରଣ କରି ୧୦,୦୦୦ ପିଲାଙ୍କୁ ଏଥିତ୍ରେ ସାମିିଲ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ୩୫ ବର୍ଷୀୟ ପ୍ରଭାତ।