ଏଇ ଭାରତରେ

ଜଳ ସଙ୍କଟ ଦୂର କରିବାରେ ଗୁଜରାଟର ଜଣେ ମହିଳାଙ୍କ ଅଭିଯାନ ବେଶ୍‌ ପ୍ରଶଂସନୀୟ। ଏହି ମହିଳା ଜଣକ ହେଉଛନ୍ତି ଅହମଦାବାଦର ଗଜ୍‌ଲା ପଲ୍‌। ସେ ସାମର୍ଥ୍ୟ ନାମକ ଏନ୍‌ଜିଓ ଗଠନ କରି ତା’ ମାଧ୍ୟମରେ କଚ୍ଛ ଜିଲାର ବିଭିନ୍ନ ଗାଁରେ ଜଳାଭାବ ଦୂର କରିବାରେ ସକ୍ଷମ ହୋଇଛନ୍ତି। । ୨୦୧୧ରେ ଗଜ୍‌ଲା କଚ୍ଛ ଜିଲା ରାପୁର ବ୍ଲକରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ଗାଁଗୁଡ଼ିକରେ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କରିବାରେ ଲାଗିଲେ। ମୋଟରେ ଗଜ୍‌ଲା ୬୭୫ଟି ପୁଷ୍କରିଣୀର ପୁନରୁଦ୍ଧାର କରିବା ସହ ଅନେକ କୂଅ ମଧ୍ୟ ଖୋଳିଛନ୍ତି । ବର୍ଷାଜଳ ସଂରକ୍ଷଣ କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ହେବା ପରେ ପ୍ରାୟ ୫,୦୦୦ କୃଷକ ଏହାଦ୍ୱାରା ଉପକୃତ ହୋଇପାରିଛନ୍ତି। ବର୍ଷାଦିନ ପରେ ଗାଁ ଛାଡ଼ି କାମ ଆଶାରେ ପ୍ରାୟ ୭୦% ଲୋକ ବାହାରକୁ ଚାଲିଯାଉଥିତ୍ଲେ। ଏହା ଏବେ ୩୦ ପ୍ରତିଶତକୁ ଖସିଆସିଛି। ଚାରଣ ଭୂମି ମଧ୍ୟରେ ଗୋରୁମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଗାଁଗୁଡ଼ିକରେ ଗୋପାଳନ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଗଜ୍‌ଲା ଓ ତାଙ୍କ ୧୫ ଜଣିଆ ଟିମ୍‌ ଏହି କାର୍ଯ୍ୟ କରୁଛନ୍ତି।