ଏଇ ଭାରତରେ

ବିହାରର ଚାଷୀ ସୁଧାଂଶୁ କୁମାର ଏକ ସ୍ବୟଂ ନିୟନ୍ତ୍ରିତ ଫାର୍ମରେ ୨୮,୦୦୦ ଫଳଗଛ ଉତାରି ପାରିଛନ୍ତି। ଏହାକୁ ଅନ୍‌ଲାଇନରେ ନିୟନ୍ତ୍ରଣ କରୁଛନ୍ତି। ସମସ୍ତିପୁରରେ ୨୦୦ ଏକର ବିଶିଷ୍ଟ ଫାର୍ମରେ ସେ ଆମ୍ବ, ଲିଚୁ, ଜାମୁ, ଡ୍ରାଗନଫ୍ରୁଟ୍ସ ଗଛ ଲଗାଇଛନ୍ତି। ଏହି ଫାର୍ମରୁ ସୁଧାଂଶୁ ବର୍ଷକୁ ପାଖାପାଖି ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସବୁଦିନ ସେ ଫାର୍ମକୁ ଯାଇ ସେଠାରେ କଣ୍ଟ୍ରୋଲ ରୁମ୍‌ରେ ବସି ଜଳସେଚନ ତଥା କୀଟନାଶକ ପ୍ରୟୋଗ କାର୍ଯ୍ୟ ଆରାମରେ ସମ୍ପାଦନ କରିପାରୁଛନ୍ତି। କେରଳର ଟାଟା ଟି ଗାର୍ଡେନରେ ଆସିଷ୍ଟାଣ୍ଟ ମ୍ୟାନେଜର ଚାକିରି ଛାଡ଼ି ସୁଧାଂଶୁ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଏଥିତ୍ରେ ସେ ୨୫,୦୦୦ଟଙ୍କା ବ୍ୟୟ କରିଥିଲେ। ଫାର୍ମରେ ୬୦ ଏକରରେ ମାଇକ୍ରୋ ଇରିଗେସନ ସିଷ୍ଟମ ରଖାଯାଇଛିି। ଓ୍ବେର୍‌ଲେସ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ ନେଟ୍‌ଓ୍ବର୍କ ସହ ଫାର୍ମକୁ ସଂଯୋଗ କରାଯାଇଛିି। ବିଶ୍ୱର ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ସ୍ମାର୍ଟଫୋନ କିମ୍ବା ଲାପ୍‌ଟପ ମାଧ୍ୟମରେ ଜଳସେଚନ ପଦ୍ଧତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହନ୍ତି ୫୮ ବର୍ଷୀୟ ସୁଧାଂଶୁ।