ଏଇ ଭାରତରେ

ସାରା ଦେଶରେ ଶୀତଳଭଣ୍ଡାର ଅଭାବ ଯୋଗୁ କୃଷି ଉତ୍ପାଦ ଅଳ୍ପଦିନରେ ନଷ୍ଟ ହୋଇଯାଉଛି। ଏହାଦ୍ୱାରା ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଭଳି ସମସ୍ୟା ଦୂର କରିବା ଲାଗି ଆଗେଇ ଆସିଛନ୍ତି ଦିଲ୍ଲୀସ୍ଥିତ ଇଣ୍ଡିଆନ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସଙ୍ଗୀତା ଚୋପ୍ରା। ସେ ମିଚିଗାନ ଷ୍ଟେଟ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ସହ ମିଶି ସୌରଚାଳିତ ଶୀତଳଭଣ୍ଡାର ନିର୍ମାଣ କରିଛନ୍ତିି। ଏଥିରେ ୨୦୦୦ କେ.ଜି. ଯାଏ କୃଷି ଉତ୍ପାଦ ରଖାଯାଇପାରୁଛି। ୧୦ଫୁଟ ଲମ୍ବ ଓ ପ୍ରସ୍ଥର ଏଭଳି ଏକ ଶୀତଳଭଣ୍ଡାର ନିର୍ମାଣ କରିବା ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ସଙ୍ଗୀତା। ଅନ୍ୟ ଶୀତଳଭଣ୍ଡାରରେ ଚାଷୀମାନେ ସେମାନଙ୍କ ଉତ୍ପାଦ ରଖିବାରେ ଯାହା ଖର୍ଚ୍ଚ କରନ୍ତି ତା’ର ୧୦ ଭାଗରୁ ଭାଗେ ଖର୍ଚ୍ଚରେ ସେମାନେ ଏଥିରେ ଉତ୍ପାଦ ରଖିପାରୁଛନ୍ତି। ହରିୟାଣା ଓ ରାଜସ୍ଥାନରେ ଚାଷୀମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି। ୨୦୧୬ରୁ ଏହି ଶୀତଳଭଣ୍ଡାର ନିର୍ମାଣ କରିବା ଲାଗି ସଙ୍ଗୀତା ପ୍ରୟାସ ଜାରି ରଖିଥିଲେ। ଏଥିରେ କୌଣସି କଂକ୍ରିଟ ଷ୍ଟ୍ରକ୍‌ଚର ନ ଥିବାରୁ ଏହାକୁ ସହଜରେ ଯେକୌଣସି ସ୍ଥାନରେ ରଖାଯାଇପାରୁଛି।