ଏଇ ଭାରତରେ

କରୋନା ମହାମାରୀରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ପୁଣି ନିଯୁୁକ୍ତି ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ବିହାରର ପଶ୍ଚିମ ଚମ୍ପାରଣ ଜିଲା ମାଜିଷ୍ଟ୍ରେଟ କୁନ୍ଦନ କୁମାର।
ଚନପତିଆ ଟାଉନ୍‌ରେ ‘ଷ୍ଟାର୍ଟଅପ୍‌ ଜୋନ୍‌’ ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଏହାବାଦ୍‌ ସେମାନଙ୍କୁ ବ୍ୟାଙ୍କ ଲୋନ୍‌ ଠାରୁ ଆରମ୍ଭ କରି ସବୁ ପ୍ରକାର ସାହାଯ୍ୟ ଯୋଗାଇବାରେ ଲାଗିଛନ୍ତି।
ପ୍ରବାସୀମାନଙ୍କ କାର୍ଯ୍ୟକୌଶଳ ଉପରେ ଅନୁଧ୍ୟାନ କରି କିଏ କେଉଁ ସ୍ଥାନରେ କାର୍ଯ୍ୟ କଲେ ସଫଳ ହେବେ ସେହି ଅନୁସାରେ ସେମାନଙ୍କୁ କାମରେ ଲଗାଉଛନ୍ତି। ୨୦୧୨ ବ୍ୟାଚର ବିହାର କ୍ୟାଡରର ଅଧିତ୍କାରୀ କୁନ୍ଦନ ଚନପତିଆରେ ଥିତ୍ବା ପ୍ଲାଏ କମ୍ପାନୀଗୁଡ଼ିକରେ ନିଯୁକ୍ତି ଦେଉଛନ୍ତି। ଏବେ ୪୯ ଜଣ ବ୍ୟବସାୟୀ ପାଖାପାଖିତ୍ ୫୦୦ ଜଣଙ୍କୁ ନିଯୁକ୍ତି ଦେଇ ସାରିଲେଣି।