ଏଇ ଭାରତରେ

ଅଭାବୀ ପେଟର ଜ୍ୱଳାକୁ ଚିହ୍ନୁଥିବା ବ୍ୟକ୍ତି ଦୁନିଆରେ ବିରଳ। ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଶିବମ ସୋନି। ସେ ଇନ୍ଦୋରରେ ଏକ ହଙ୍ଗର ଲାଙ୍ଗର ଖୋଲିଛନ୍ତି। ପ୍ରତିଦିନ ସେଠାରେ ଲୋକମାନଙ୍କୁ ୧୦ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଶିବମ୍‌ଙ୍କ ବୟସ ୨୪। କରୋନା ମହାମାରୀ ପୂର୍ବରୁ ସେ ଏକ ରେସ୍ତୋରାଁ ଖୋଲିଥିତ୍ଲେ। ସେ ତାଙ୍କ ସାଙ୍ଗମାନଙ୍କ ଠାରୁ ୨୦ ହଜାର ଟଙ୍କା ଉଧାର ଆଣି ଏହା ଆରମ୍ଭ କରିଥିଲେ। ଲକ୍‌ଡାଉନ ପରେ ଇନ୍ଦୋରରୁ ୪୦୦ କି.ମି. ଦୂର ତାଙ୍କ ଗାଁ ସିକନ୍ଦକୁ ସେ ଫେର ପାରି ନ ଥିଲେ। ସେତେବେଳେ ତାଙ୍କ ପାଖରେ ଥିଲା କେବଳ ୫୦୦ ଟଙ୍କା । ରୋସ୍ତୋରାଁ ବନ୍ଦ ହେବା ପରେ ସେ ରାସ୍ତାରେ ଲୋକମାନେ ଦେଉଥିତ୍ବା ଖାଦ୍ୟ ଖାଉଥିତ୍ଲେ ଓ ଷ୍ଟେଶନରେ ଶୋଉଥିଲେ। ଏମିତି କି ଉପାସ ବି ରହିଛନ୍ତି। ସେତେବେଳେ ଜୀବନର ମୂଲ୍ୟ ଓ ପେଟର ଜ୍ୱଳା ଅନୁଭବ କରିଥିତ୍ଲେ ଶିବମ। ଲକ୍‌ଡାଉନ ପରେ ଦିନରେ ଏକ ସରକାରୀ ହସ୍ପିଟାଲରେ ଓ ରାତିରେ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରି ଟଙ୍କା ସଞ୍ଚି ରୋସ୍ତୋରାଁର ନାମ ବଦଳାଇ ହଙ୍ଗର ଲଙ୍ଗର ଆରମ୍ଭ କରିଥିଲେ। ପ୍ରତିଦିନ ଲଙ୍ଗରରେ ୫୦୦ ଜଣ ଖାଉଛନ୍ତି। ଯେଉଁମାନେ ଖାଦ୍ୟର ମୂଲ୍ୟ ଦେବା ଭଳି ଯୋଗ୍ୟ ସେମାନଙ୍କଠାରୁ ସେ ୧୦ ଟଙ୍କା ନେଉଛନ୍ତିି । ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଖାଉଥିବା ଲୋକମାନଙ୍କ ମଧ୍ୟରୁ ଶହେରୁ ଦେଢ଼ଶହ ଲୋକ ତାଙ୍କୁ ଏହି ସେବା ଲାଗି ଟଙ୍କା ଦାନ କରୁଛନ୍ତି। ଇନ୍ଦୋରର ବିଭିନ୍ନ ସ୍ଥାନରେ ଗରିବମାନଙ୍କୁ ୫ ଟଙ୍କାରେ ମିଲ ଦେବା ପାଇଁ ସେ ଯୋଜନା କରୁଛନ୍ତି।