ଏଇ ଭାରତରେ

ଜୈବିକ ଚାଷ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଭଲ ବୋଲିି ଦୃଦ୍‌ବୋଧ କରିଛନ୍ତି ଦିଲ୍ଲୀର ଇରିନ ଗୁପ୍ତା। ସେ ତାଙ୍କ ଘର ବଗିଚାରେ ୬୦ ପ୍ରକାର ପରିବା ଫଳାଉଛନ୍ତି। ପୁରୁଣା କଣ୍ଟେନରଗୁଡ଼ିକରେ ହିଁ ସେ ଚାଷ କରୁଛନ୍ତି। ଇରିନଙ୍କ ବୟସ ୬୦ । ୨୦୧୪ରେ ସେ ତାଙ୍କ ଘର ଅଗଣାରେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ। ପୁରୁଣା ପ୍ଲାଷ୍ଟିକ କ୍ରେଟ୍‌, ଥର୍ମୋକୁଲ ବକ୍ସ, ପେଣ୍ଟ ବକ୍ସରେ ୧,୧୦୦ ବର୍ଗଫୁଟ ଜାଗାରେ ପରିବା ଚାଷ କରୁଛନ୍ତି। କେବଳ ପରିବା ନୁହେଁ ସେ ମଧ୍ୟ ବିଭିନ୍ନ ପ୍ରକାର ଓଷଧୀୟ ବୃକ୍ଷ ଲଗାଇଛନ୍ତି। ଏହି କାର୍ଯ୍ୟରେ ଇରିନଙ୍କୁ ତାଙ୍କ ମା’ ସହଯୋଗ କରୁଛନ୍ତି। ସେ କିଷାନ କେରଳ ନାମକ ଏକ ମାଲାୟଲମ ଟେଲିଭିଜନ ଶୋ’ଦେଖି ଚାଷ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ତାହାକୁ ଉପଯୋଗ କରିଛନ୍ତି। ବଗିଚାରୁ ଜହ୍ନି, ଲାଉ, କଲରା, ଛଚିନ୍ଦ୍ରା, କାକୁଡ଼ି, ବିନ୍ସ, ମାଟିଆଳୁ ସମେତ ୪୦ ପ୍ରକାର ପରିବା ଉପତ୍ାଦନ ହେଉଛିି। ସେ ଋତୁ ଅନୁଯାୟୀ ସବୁ ପରିବା ଚାଷ କରୁଛନ୍ତି। ସପୁରି ଓ ଅଙ୍ଗୁର ବି ଚାଷ ହେଉଛି ତାଙ୍କ ବଗିଚାରେ।