ଏଇ ଭାରତରେ

କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି ନୁହେଁ ବିହାର, ଓଡ଼ିଶା, କର୍ନାଟକ, ହରିୟାଣା ଓ ରାଜସ୍ଥାନର ପ୍ରାୟ ୬୦ଟି ଗାଁରେ ରହୁଥିବା ଏହି ସମ୍ପ୍ରଦାୟର ପାଖାପାଖିତ୍ ୩,୦୦୦ ପରିବାରକୁ ବିକଳ୍ପ ରୋଜଗାର ଯୋଗାଇ ଦେଇଛନ୍ତି। ଦିଲ୍ଲୀଠାରୁ ମାତ୍ର ୩୦ କି.ମି. ଦୂରରେ ମଧ୍ୟ ବହୁ ସଂଖ୍ୟାରେ ରହୁଛନ୍ତି। ପୋଷା ମନାଇବା ପାଇଁ କଲାନ୍ଦର ସମ୍ପ୍ରଦାୟର ଲୋକମାନେ ଭାଲୁ ଥୋଡ଼ିକୁ ଉତ୍ତପ୍ତ ଲୁହା ରଡ୍‌ରେ ଫୋଡ଼ିଥାନ୍ତି। ୪୦୦ ବର୍ଷର ପୁରୁଣା ଭାଲୁ ନାଚ ପରମ୍ପରା ମୋଗଲ ସାମ୍ରାଜ୍ୟ ସମୟରେ ଆରମ୍ଭ ହୋଇଥିଲା। ୧୯୭୨ରେ ଭାରତରେ ଏହି ନାଚକୁ ବେଆଇନ ଘୋଷଣା କରାଯିବା ପରେ ଲୁଚାଛପାରେ ଏହା ଚାଲୁଥିଲା। କଲାନ୍ଦାର ସମ୍ପ୍ରଦାୟକୁ ଭାଲୁ ନାଚରୁ ଦୂରେଇ ରଖିତ୍ତ୍ବା ଅଭିଯାନରେ ଗୀତାଙ୍କୁ ତାଙ୍କ ବନ୍ଧୁ କାର୍ତ୍ତିକ ସତ୍ୟନାରାୟଣନ ସହଯୋଗ କରୁଛନ୍ତି। ତାଙ୍କ ଟିମ୍‌ ଏଯାବତ ୬୨୮ଟି ଭାଲୁ ଉଦ୍ଧାର କରି ଦେଶର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶେଷ କରି ଗୀତା ଏହି କାର୍ଯ୍ୟ କରୁଆସୁଛନ୍ତି। ୧୯୯୫ରେ ଗୀତା ଓ ତାଙ୍କ ବନ୍ଧୁ ପ୍ରତିଷ୍ଠା କରିଥିତ୍ବା ଓ୍ବାଇଲ୍ଡ ଲାଇଫ ଏସ୍‌ଓଏସ୍‌ର ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କାମ କରିଆସୁଛନ୍ତି। ଡ୍ରାଇଭିଂ ସ୍କୁଲ ପ୍ରତିଷ୍ଠା କରି କଲାନ୍ଦର ସମ୍ପ୍ରଦାୟର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଓ ୭,୬୦୦ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାରେ ଗୀତାଙ୍କ ଟିମ୍‌ ସକ୍ଷମ ହୋଇପାରିଛି।