ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା ଗାଁରେ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପିଢ଼ି ପରେ ପିଢ଼ି ଏହି ପରିବାରର ସଦସ୍ୟମାନେ ମୃଦଙ୍ଗ ତିଆରି କରୁଛନ୍ତି। ଏମାନେ ଏକ୍‌ ଓ ଥାଗ୍‌ ନାମକ ଦୁଇ ପ୍ରକାର ମୃଦଙ୍ଗ ନିର୍ମାଣ କରୁଛନ୍ତି। ଏହାର ଓଜନ ୯-୧୨ କେ.ଜି. ହୋଇଥାଏ ଓ ୧୫,୦୦୦ରୁ ୨୦,୦୦୦ ଟଙ୍କା ମଧ୍ୟରେ ଏହାକୁ ବିକ୍ରି କରାଯାଏ। ତୃତୀୟ ପିଢ଼ିର ପି.ଆର୍‌. କସୁମାନିଙ୍କ ହାତ ତିଆରି ମୃଦଙ୍ଗ ବଜାଇ ଡ.କୁଜାଲମାନମ ରାମକ୍ରିଷ୍ଣନ ବହୁ ରୋକର୍ଡର ଅଧିକାରୀ ହୋଇଛନ୍ତି। କେବଳ ଭାରତ ନୁହେଁ କାନାଡ଼ା,ମାଲେସିଆ, ଆମେରିକା, ସିଙ୍ଗାପୁର ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କସୁମାନିଙ୍କ ମୃଦଙ୍ଗ ବିକ୍ରି ହେଉଛି। ମୃଦଙ୍ଗ ସହ ସେ ମାଦଳ, ତବଲା, ତିମିଲା, ଚେଣ୍ଡା, ଇଡାକ୍କା ଆଦି ବାଦ୍ୟଯନ୍ତ୍ର ମଧ୍ୟ ତିଆରି କରୁଛନ୍ତି। କସୁମାନି ପେରୁଭେମ୍ବାର ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହ ଏସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିବାରେ ନିୟୋଜିତ କରିଛନ୍ତି। ତେବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଗ୍ରାମବାସୀ ଅନ୍ୟ ପେସା ଆପଣାଇଥିବା ବେଳେ ଏବେ ମାତ୍ର ୩୦ଜଣ ଏହି ବୃତ୍ତିରେ ରହିଛନ୍ତି। କସୁମାନିଙ୍କ ସହ ଏହି ଦାୟିତ୍ୱ ନେବାକୁ ପରିବାରର ଚତୁର୍ଥ ପିଢ଼ିରେ ତାଙ୍କ ପୁଅ ରାଜେଶ କେ. ନିଜକୁ ପ୍ରସ୍ତୁତ କରିସାରିଛନ୍ତି। କଳାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ତାଙ୍କ ପାରିବାରିକ ପେସାକୁ ବଞ୍ଚାଇ ରଖିବାକୁ ରାଜେଶ ଆଗେଇ ଆସିଛନ୍ତି।