ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ସେମାନଙ୍କ ପାଇଁ କୃଷିବୀମାର ବ୍ୟବସ୍ଥା ରହିଥିତ୍ଲେ ବି ଭାରତରେ ଏଡି ବର୍ଗର ପ୍ରାୟ ୬୦% ଚାଷୀ ଏହା ବୀମାରୁ ବଞ୍ଚିତ ହେଉଛନ୍ତି। ଏଣୁ ଏଭଳି ସମସ୍ୟା ସୁଧାରିବା ଲାଗି ଯତୀନ ସିଂ ଏବଂ ଧ୍ୟାନେଶ ଭଟ୍ଟଙ୍କ ପ୍ରୟାସ ପ୍ରଶଂସନୀୟ। ଏମାନେ ‘ଗ୍ରାମ କଭର’ ନାମକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ବିଭିନ୍ନ ଋଣପାଇବାରୁ ବଞ୍ଚିତ ନାମମାତ୍ର ଚାଷୀଙ୍କୁ ବୀମା ଯୋଜନାରେ ଯୋଡୁଛନ୍ତି। ଚାଷୀମାନେ ବୀମାର ସର୍ବନିମ୍ନ ପ୍ରିମିୟମ ୩୫ ଟଙ୍କା ଦେଇ ଜଳବାୟୁ ଜନିତ ଫସଲ କ୍ଷତି ୪୫ ଦିନ ମଧ୍ୟରେ ବୀମାର ସବିଶେଷ ବିବରଣୀ ସହ କ୍ଷତିପୂରଣ ପାଇପାରୁଛନ୍ତି। ପ୍ରିମିୟମର ସର୍ବୋଚ୍ଚ ସୀମା ରଖାଯାଇଛିି ୨୦୦ ଟଙ୍କା। ୨୦୧୮ରେ ଯତୀନ ଓ ଧ୍ୟାନେଶ ‘ଗ୍ରାମ କଭର’ ଗଠନ କରିବା ପରେ ଏବେ ସୁଦ୍ଧା ପଶ୍ଚିମବଙ୍ଗ, ଆସାମ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଆଦି ରାଜ୍ୟରୁ ୫୦,୦୦୦ ଚାଷୀଙ୍କୁ ବୀମାଭୁକ୍ତ କରିସରିଲେଣି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବି ଚାଷୀ ମାନେ ଅନ୍ତର୍ଭୁକ୍ତ ହେବାର ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ଏହା ଅଧୀନକୁ ଆସୁନାହାନ୍ତି ସେମାନଙ୍କୁ ତାଙ୍କ ଷ୍ଟାର୍ଟଅପ ବୀମାଭୁକ୍ତ କରାଉଛି। ତାଙ୍କ ଷ୍ଟାର୍ଟଅପ ସହ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକ ଅଂଶୀଦାର ଭାବେ କାର୍ଯ୍ୟ କରୁଛନ୍ତି। ଗତ ତିନ ବର୍ଷର ଏହି ଯୋଜନା ଶତ ପ୍ରତିଶତ ସଫଳ ହୋଇଛିି। ୨୦୨୧ରେ ଗ୍ରସ୍‌ ପ୍ରିମିୟମ ୧୦୦ କୋଟି ଟଙ୍କା ଟପିଯିବ ବୋଲି କହନ୍ତି ଯତୀନ।