ଏଇ ଭାରତରେ

ପରୀକ୍ଷାରେ ମାତାପିତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ମିଳିବା ପରେ ସେମାନଙ୍କ ପିଲାମାନେ ଏକପ୍ରକାର ଅସହାୟ ମନେକରନ୍ତି। ମୁଖ୍ୟତଃ ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ପିଲାମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ୁଛି। ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଏକ ଏନ୍‌ଜିଓ ରୁବେଲ ନାଗି ଆର୍ଟ ଫାଉଣ୍ଡେଶନ (ଆର୍‌ଏନ୍‌ଏଏଫ୍‌) ସଂକ୍ରମିତଙ୍କ ପିଲାମାନଙ୍କୁ ରଖି ଖାଇବା ଓ ପଢ଼ାଇବାର ବ୍ୟବସ୍ଥା କରିଛି। ମାତାପିତାଙ୍କ ସହମତିରେ ପିଲାମାନଙ୍କୁ କୋଭିଡ୍‌ ପରୀକ୍ଷା କରାଯାଇ ଏହାର ଏକ ସ୍ବତନ୍ତ୍ର କେନ୍ଦ୍ରରେ ରଖାଯାଉଛି। ପରେ ପ୍ରତି ୧୦ ଦିନରେ ପୁଣି ଥରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି। ଦିଲ୍ଲୀ -ଏନ୍‌ସିଆର, ମୁମ୍ବାଇ, ରାଜସ୍ଥାନ ଏବଂ ନଏଡାର ୯ଟି ସେଣ୍ଟରରେ ଏବେ ୨୫୦ ପିଲା ରହିଛନ୍ତି। ପିଲାମାନଙ୍କୁ ପାଠ୍ୟ ଉପକରଣ, ଖାଇବା ଖର୍ଚ୍ଚ ସଂସ୍ଥା ବହନ କରୁଛି। କୋଭିଡ୍‌ ଆକ୍ରାନ୍ତ ପରିବାରକୁ ମାଗଣାରେ ବେଡ୍‌ ଏବଂ ରାଶନ ସାମଗ୍ରୀ ବି ଯୋଗାଇ ଦେଉଛି। ଏହି ଏନ୍‌ଜିଓ ତା’ର ସମସ୍ତ ବାଲ୍‌ଓ୍ବାଡି ଏବଂ ଡେ’କେୟାରଗୁଡ଼ିକୁ କୋଭିଡ୍‌ ସେଣ୍ଟର କରିଦେଇଛି। ସ୍ବତନ୍ତ୍ର କେନ୍ଦ୍ରରେ ରହିଥିବା ପିଲାମାନଙ୍କ ମାତାପିତାଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ଏନ୍‌ଜିଓ ବହନ କରୁଛି।