ଏଇ ଭାରତରେ

ବିହାରର ୨୦ ବର୍ଷୀୟା ଇଞ୍ଜିନିୟର ସୃଷ୍ଟି ପାଣ୍ଡେ ସୌରଚାଳିତ କୋଭିଡ୍‌ ସୁବିଧା ଲୋକମାନଙ୍କୁ ଯୋଗାଇବାରେ ଲାଗିଛନ୍ତି। ସୃଷ୍ଟିଙ୍କ ଘର ଉତ୍ତରପ୍ରଦେଶରେ। ସେ ଦୁଇଟି କୋଭିଡ୍‌ ସେଣ୍ଟର ପାଟ୍‌ନା ଏବଂ ଜଳନ୍ଧର ସହର ଉପକଣ୍ଠରେ ନିର୍ମାଣ କରିଛନ୍ତି। ସେ ଏହି ସେଣ୍ଟରରେ ସୋଲାର ପ୍ୟାନେଲ ବସାଇବାରେ କୃଷି ବର୍ଜ୍ୟ ଉପଯୋଗ କରିଛନ୍ତି। ଏହି ସେଣ୍ଟର ଦୁଇଟିକୁ ସେ ୮୦ ଦିନରେ ନିର୍ମାଣ କରିଛନ୍ତି। ଜଳନ୍ଧରରେ ସେଲ୍‌କୋ ଫାଉଣ୍ଡେଶନ ଓ ପାଟ୍‌ନାରେ ବାତ୍ରା ହସ୍ପିଟାଲ ସହଯୋଗରେ ଏହି କୋଭିଡ୍‌ ସେଣ୍ଟର ନିର୍ମାଣ କରାଯାଇଛି। ଜଳନ୍ଧରରେ ୬,୦୦୦ ବର୍ଗଫୁଟରେ ନିର୍ମିତ ସେଣ୍ଟରରେ ୭୦ଟି ଶଯ୍ୟା ରହିଛି। ଦୁଇଟିଯାକ ସେଣ୍ଟର ସୌରଶକ୍ତିରେ ଚାଲୁଛି। ସେ କୃଷକମାନଙ୍କଠାରୁ ନଡ଼ା ସଂଗ୍ରହ କରୁଛନ୍ତି। ଏବାବଦରେ କୃଷକମାନେ ୧ ଏକରରୁ ୨୫୦୦ ଟଙ୍କା ପାଇବା ସହ ପରୋକ୍ଷରେ ପରିବେଶ ପ୍ରଦୂଷଣ କମିପାରୁଛି। ଗୋଟିଏ ୧୦ ଫୁଟ ଲମ୍ବ, ୪ ଫୁଟ ଚଉଡ଼ାର ସୋଲାର ପ୍ୟାନେଲ ସେଟ୍‌ କରିବା ପାଇଁ ୧୦୦ କେଜି ନଡ଼ା ଆବଶ୍ୟକ ହେଉଛି।